ରାଜ୍ୟ

୫ ଦିନ ଧରି ରେଳ ଚଳାଚଳ ଠପ୍ – Ibnodisha

[ad_1]

କୋରାପୁଟ: ୫ ଦିନ ଧରି ରେଳ ଚଳାଚଳ ଠପ୍। ଟ୍ରାକରେ ପଥର ଓ ମାଟି ଅତଡ଼ା ପଡିଥିବାରୁ ସ୍ବାଭାବିକ ହେଉନି ରେଳ ଚଳାଚଳ । କୋରାପୁଟ-ଜଗଦଲପୁର-କିରଣ୍ଡୁଲ ରେଳ ପଥରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଟ୍ରେନ ଚଳାଚଳ ପାଇଁ ଆହୁରି ସମୟ ଲାଗିପାରେ ।

ଏବେ ରେଳ ପଥରୁ ମାଟି ଓ ପଥର ସଫେଇ କାମ ଜାରି ରହିଛି । ମାନବର – ଜରଟି ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ରେଳ ଲାଇନରେ ମାଟି ଧସିବାରୁ ବନ୍ଦ ରହିଛି ରେଳ ଚଳାଚଳ। ସଫେଇ କାର୍ଯ୍ୟ ଜୋରସୋରରେ ଚାଲିଛି । ଲାଗିଛନ୍ତି ୨୨ଟି ଜେସିବି ମେସିନ୍ ଓ ୧୮ ଟି ଟିପର । ପଥର ଫଟାଇବା ପାଇଁ ମେସିନ ମଧ୍ୟ ଲାଗିଛି । ରେଳ ଧାରଣା ଉପରେ ମାଟି ସହ ବଡ଼ବଡ଼ ପଥରଖଣ୍ଡ ଅଜାଡ଼ି ହୋଇପଡ଼ିଛି। ୫ ମିଟର ଚଉଡ଼ାରେ ପ୍ରାୟ ୧୮ ମିଟର ଉଚ୍ଚର ମାଟି ପଥର ରେଳ ଲାଇନ ଉପରେ ଗଦା ହୋଇ ରହିଛି। ପ୍ରାୟ ୧୮୦ ମିଟର ଲମ୍ବର ରେଳପଥ କ୍ଷତିଗ୍ରସ୍ତ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button