ରାଜ୍ୟ

ଝିଅର ଘରୁ ଫେରୁଥିବା ବେଳେ ମାଡ଼ିଗଲା ଗାଡ଼ି – Ibnodisha

[ad_1]

ଢେଙ୍କାନାଳ : ଝିଅର ଘରୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପରଜଙ୍ଗ ଥାନା ହାତିଲୋଚାଣୀ ଗାଁର ଦୁର୍ଯ୍ୟୋଧନ କର। ଆଜି ସକାଳେ ଦୁର୍ଯ୍ୟୋଧନ ନିଜ ସାଇକେଲ ଯୋଗେ ମୁଣ୍ଡେଇଲୋ ଗାଁ ସ୍ଥିତ  ଝିଅ ଘରୁ ନିଜ ଘରକୁ ଫେରୁଥିଲେ। ମୁଣ୍ଡେଇଲୋ ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଅଜଣା ଗାଡ଼ି ଦୁର୍ଯ୍ୟୋଧନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତରୋକ କରିଥିଲେ। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରରୋକ ହଟିଛି। ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button