ରାଜ୍ୟ

ମେଟ୍ରୋ ରେଳ କାର୍ଯ୍ୟାଳୟ ଘେରିଲେ ସୁର

ପୁରୁଣା ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ମନ୍ଥର ହୋଇଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ। ଶ୍ରୀ ରାଉତରାୟଙ୍କ ନେତୃତ୍ବରେ ଶତାଧିକ ଯୁବକ ସହିଦନଗରସ୍ଥିତ ଭବାନୀ ମଲ୍‌ରେ ଥିବା ଭୁବନେଶ୍ବର ମେଟ୍ରୋ ରେଳ କାର୍ଯ୍ୟାଳୟ ଘେରଉ କରିବା ସହ ହୋହାଲ୍ଲା କରିଥିଲେ। ପ୍ରକଳ୍ପ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲା ବେଳେ ୨୦୨୭ ସୁଦ୍ଧା ମେଟ୍ରୋ ଗଡ଼ିବା ପାଇଁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଆବଶ୍ୟକୀୟ ଅନୁଦାନ କେନ୍ଦ୍ରରୁ ମିଳୁ ନଥିବାରୁ ଏଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ରାଉତରାୟ ଦାବି କରିଥିଲେ। ପରେ ପ୍ରକଳ୍ପ ସିଇଓଙ୍କୁ ଭେଟି ଶୀଘ୍ର କାମ ଆରମ୍ଭ କରିବାକୁ ତାଗିଦ୍‌ କରିଛନ୍ତି। ଯଦି ୧୫ଦିନ ମଧ୍ୟରେ କାମ ଆରମ୍ଭ ନହୁଏ ତାହେଲେ ମେଟ୍ରୋ ଅଫିସ୍‌ ଆଗରେ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button