ରାଜ୍ୟ

ପଡିଆରେ କ୍ରିକେଟ୍ ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ – Ibnodisha

[ad_1]

ବାରିପଦା : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ମାଣତ୍ରୀ ମିନି ଷ୍ଟାଡିୟମ୍‌ରେ ଅଭାବନୀୟ ଘଟଣା ଘଟିଛି। ସାଙ୍ଗ ମାନଙ୍କ ସହ କ୍ରିକେଟ୍ ଖେଳୁଥିବାବେଳେ ହଠାତ୍ ତଳେ ପଡିଯାଇ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଛି।

ମୃତ ଖେଳାଳି ଜଣକ ବୈଦ୍ୟନାଥ କରଙ୍କ ପୁଅ ବିକାଶ ବୋଲି ଜଣାପଡିଛି। ବିକାଶ ରବିବାର କିଛି ସାଙ୍ଗ ମାନଙ୍କ ସହ କ୍ରିକେଟ୍ ଅଭ୍ୟାସ ମ୍ୟାଚ୍ ଖେଳୁଥିବାବେଳେ ତଳେ ପଡି ଯାଇ ଗୁରୁତର ହୋଇଥିଲେ। ସାଥୀ ଖେଳାଳି ମାନେ ତାଙ୍କୁ ତୁରନ୍ତ ମାଣତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମାଣତ୍ରୀ ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button