ରାଜ୍ୟ

ଖାଉଟି ଦୋକାନରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କୁମ୍ଭାରଗୁରୁତୁଲୀ ଛକରେ ଥିବା ଖାଉଟି ଦୋକାନରେ କଳା କନା ବୁଲାଇଲେ ଦୁର୍ବୃତ୍ତ। ଗୁରୁତୁଲୀ ଗ୍ରାମରେ ରହୁଥିବା ଲାଡି ସନ୍ତୋଷ କୁମାର କୁମ୍ଭାରଗୁରୁତୁଲୀ ଛକରେ ଖାଉଟି ଦ୍ରବ୍ୟ ବ୍ୟବସାୟ କରି ରାତ୍ରରେ ଦୋକାନ ବନ୍ଦ କରି ଘରକୁ ଫେରି ଯାଉଥିଲେ। ସବୁଦିନ ପରି ଗତ ରାତିରେ ଦୋକାନ ବନ୍ଦ କରି ଯାଇଥିଲେ।

ସକାଳୁଦୋକାନ ଖୋଲିବା ପାଇଁ ଆସି ଦେଖିବା ବେଳେ ଦୋକାନ ତାଲା ଭଙ୍ଗା ଯାଇଛି। କବାଟ ଖୋଲି ଦେଖିବା ବେଳେ କିଛି ଖାଉଟି ଜିନିଷ ପତ୍ର ପ୍ରାୟ ୬୯୦୦୦ଟଙ୍କାର,ଇନଭେଟର ବେଟ୍ରି ଚୋରି ହୋଇଥିବା ଦେଖିଥିଲେ। ଏହାକୁ ନେଇ କଲ୍ୟାଣସିଂହପୁର ଥାନାକୁ ଯୋଗାଯୋଗ କରିଥିଲେ। ଥାନା ଅଧିକାରୀ ଏସ ଆଇ ସଞ୍ଜୟ କୁମାର ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବର୍ତ୍ତମାନ କାଶିପୁର ସୀମା ପର୍ଯ୍ୟନ୍ତ ଦୁର୍ବୃତ୍ତକୁ ଖୋଜା ଚାଲିଛି କିନ୍ତୁ ଦୁର୍ବୃତ୍ତର ଠାବ ହୋଇପାରି ନାହିଁ।ପୂର୍ବରୁ ଉକ୍ତ ଦୋକାନରୁ ଚାରି ଥର ଚୋରି ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୁଲିସ କୌଣସି ଚୋରକୁ ଧରି ପାରିନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button