ରାଜ୍ୟ

ଅଗଷ୍ଟ ୧୫ରେ ଇତିହାସ ରଚିବ ଇସ୍ରୋ

: ସ୍ବାଧୀନତା ଦିବସରେ ଭାରତ ଆଉ ଏକ ଇତିହାସ ରଚିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଖୁବ୍‌ଶୀଘ୍ର ଏହାର ସର୍ବଶେଷ ଆର୍ଥ ଅବ୍‌ଜରଭେସନ ସାଟେଲାଇଟ୍‌ ଯଥା ଇଓଏସ୍‌-୮ ଉତ୍‌କ୍ଷେପଣ କରିବାକୁ ଯାଉଛି। ଅଗଷ୍ଟ ୧୫ରେ ଏସ୍‌ଏସ୍‌ଏଲ୍‌ଭି-ଡି୩ ରକେଟ୍‌ରେ ଆର୍ଥ ଅବ୍‌ଜରଭେସନ ସାଟେଲାଇଟ୍‌ ଇଓଏସ୍‌-୮ ଶ୍ରୀହରିକୋଟାରୁ ସକାଳ ୯ଟା ୧୭ରେ ଲଞ୍ଚ୍‌ କରିବ।

 

ଏହା ଏକ ଛୋଟ ସାଟେଲାଇଟ୍‌। ଏହା ଏସ୍‌ଏସ୍‌ଏଲ୍‌ଭିର ତୃତୀୟ ତଥା ଶେଷ ଉଡ଼ାଣ। ଏହା ଫଳରେ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଭାରତୀୟ ଇଣ୍ଡଷ୍ଟ୍ରି ଓ NSIL ଦ୍ବାରା ବ୍ୟବହାର କରାଯିବ । EOS-08 ଏକ ଅପେକ୍ଷାକୃତ କ୍ଷୁଦ୍ର ଆକୃତିର ସାଟେଲାଇଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ସ୍ପେସ ସେଣ୍ଟରରୁ ଏହି ଉତ୍‌କ୍ଷେପଣ ହେବ। ୧୭୫.୫ କିଲୋଗ୍ରାମ ଓଜନର ଏହି ଉପଗ୍ରହଟି ପରିବେଶ ମନିଟରିଂ, ବିପର୍ଯ୍ୟୟ ପରିଚାଳନା ଏବଂ ବୈଷୟିକ ପ୍ରଦର୍ଶନ ପାଇଁ ବ୍ୟବହୃତ ହୁଏ।

ଇଓଏସ୍‌-୮ ସାଟେଲାଇଟ୍‌ ପୃଥିବୀ ଉପରେ ଏକ ନିମ୍ନ କକ୍ଷପଥରେ କିଲୋମିଟର ଉଚ୍ଚରେ ୪୭୫ ବୁଲିବ । ଏଠାରୁ ଏହି ସାଟେଲାଇଟ୍‌ ଅନ୍ୟାନ୍ୟ ଅନେକ ବୈଷୟିକ ସହାୟତା ମଧ୍ୟ ଯୋଗାଇବ। ଏହାର ୪୦୦ ଜିବି ଡାଟା ଷ୍ଟୋରେଜ କ୍ଷମତା ଅଛି। ଏହି ମିଶନର ଜୀବନକାଳ ଏକ ବର୍ଷ। ଯଦି ଏହା ଆଗକୁ ଯାଏ, ଭଲ। ଏହାକୁ ମହାକାଶକୁ ନେବା ପାଇଁ ଏସ୍‌ଏସ୍‌ଏଲ୍‌ଭି ରକେଟ୍ ବ୍ୟବହାର କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button