ରାଜ୍ୟ

ବାଇକ୍ ସ୍କୁଟି ମୁହାଁ ମୁହିଁ ଧକ୍କା ୩ମୃତ – Ibnodisha

[ad_1]

ମୟୁରଭଞ୍ଜ : ଦଇବ ଦଉଡ଼ି ମଣିଷ ଗାଈ ଯେଣୀକି ଓଟାରି ତେଣିକି ଯାଇ ଏହେଉଛି ଦଇବ ଲିଖନ ତାକୁ ଅବା କିଏ କରିପାରିବ ଆନ। ଏ ହେଉଛି ଧ୍ରୁବସତ୍ୟ। ତେବେ ଆଜି ସକାଳୁ ଏକ ସଡ଼କ ଦର୍ଘଟଣାରେ ବାଇକ ଓ ସ୍କୁଟି ମଧ୍ୟରେ ମୁହାମୁହିଁ ଧକ୍କାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନଯାୟୀ ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କା ଯୋଗୁଁ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକଙ୍କ ମଧ୍ୟରୁ ଦୁଇଜଣ ଗୁଡ଼ିଆଲବନ୍ଧର ଆକାଶ ବିନ୍ଧାଣି (୨୦) ଓ ଲକ୍ଷ୍ମଣ ସିଂ (୧୯) ହୋଇଥିବା ବେଳେ ଜଣେ ଜଦୁନାଥପୁର ଅଂଚଳର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗୁଡ଼ିଆଲବନ୍ଧର ଦୁଇଯୁବକ ଏକ ବାଇକରେ କେରକ ଆଡକୁ ଯାଉଥିବା ବେଳେ ଅପର ପଟୁ ସ୍କୁଟିରେ ଆସୁଥିବା ଯୁବକ ଜଣକ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତିନିଜଣଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଖବରପାଇ ବଡ଼ସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସେହିପରି ବଡସାହି ଅଞ୍ଚଳରେ ଏକ ଦୃତଗାମୀ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ଵ ଗଛକୁ ଧକ୍କା ଦେବା ଯୋଗୁଁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇଜଣ ଉଦ୍ଧାର ହୋଇ ଡାକ୍ତରଖାନା ସ୍ଥାାନ୍ତରିତ ହୋଇଥିବା ଜଣାପଡିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button