ରାଜ୍ୟ

ବିଜେଡିରେ ମିଶୁ ମିଶୁ ୨ ଜଣଙ୍କୁ ଟିକେଟ – Ibnodisha

[ad_1]

ଭୁବନେଶ୍ୱର : ବିଜେଡି ବୁଧବାର ତା’ର ତୃତୀୟ ପର୍ୟ୍ୟାୟ ଲୋକ ସଭା ପ୍ରାର୍ଥୀ ଘୋଷଣା କରିସାରିଛି। ସବୁଠୁ ଆଶ୍ଚର୍ୟ୍ୟର କଥା ବରଗଡ଼ ଏବଂ ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ଯେଉଁ ଦୁଇ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ସେମାନେ ବୁଧବାର ପୂର୍ବାହ୍ନ ପର୍ୟ୍ୟନ୍ତ ବିଜେପିରେ ଥିଲେ। ଅପରାହ୍ନରେ ବିଜେଡିକୁ ଆସି ସନ୍ଧ୍ୟାରେ ବିଜେଡି ଟିକେଟ୍‌ ନେଲେ। ଏହି ନେତ୍ରୀ ଆଉ ନେତା ହେଲେ ଭୃଗୁ ବକ୍ସପାତ୍ର ଏବଂ ପରିଣୀତା ମିଶ୍ର। ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଥିବା ବେଳେ ବରଗଡ଼ ଜିଲା ବିଜେପିଉପସଭାପତି ସୁଶାନ୍ତ ମିଶ୍ରଙ୍କ ସ୍ତ୍ରୀ ପରିଣୀତା ବିଜେଡିରୁ ଟିକେଟ୍‌ ପାଇଛନ୍ତି। ବ୍ରହ୍ମପୁର ଆସନରେ ୨୦୧୯ରେ ବିଜେଡିରୁ ଚନ୍ଦ୍ରଶେଖର ସାହୁ ଲଢ଼ି ବିଜୟ ଲାଭ କରିଥିଲେ। ମାତ୍ର ଏଥର ବିଜେପି ଛାଡ଼ି ଆସିଥିବା ଭୃଗୁ ବକ୍ସପାତ୍ରଙ୍କୁ ବିଜେଡି ଟିକେଟ୍‌ ଦେଇଛି। ସେହିପରି ବରଗଡ଼ ଆସନରୁ ପ୍ରସନ୍ନ ଆଚାର୍ୟ୍ୟ ନିର୍ବାଚନ ଲଢ଼ିଥିଲେ ହେଁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କଠାରୁ ହାରି ଯାଇଥିଲେ। ବିଜେଡି ସେହି ଆସନରୁ ଏଥର ବିଜେପିରୁ ଆସିଥିବା ପରିଣୀତାଙ୍କୁ ପ୍ରାର୍ଥୀ କରିଛି। ଗୋଟିଏ ଦିନରେ ବିଜେପି ସହିତ ସମ୍ପର୍କ ତୁଟାଇ ବିଜେଡି ଟିକେଟ୍‌ ହାତେଇବା ବିରଳ କଥା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button