ରାଜ୍ୟ

ଦିଗପହଣ୍ଡି ପ୍ରାର୍ଥୀ ବଦଳାଇଲା କଂଗ୍ରେସ; ଶ୍ରୀଧରଙ୍କ ସ୍ଥାନରେ ସୁଜିତଙ୍କୁ ଭରଷା କଲା ଦଳ – Ibnodisha

[ad_1]

ଭୁବନେଶ୍ୱର : ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ହେଲେ ଦିଗପହଣ୍ଡିର ନୂଆ ବିଧାନସଭା ପ୍ରାର୍ଥୀ । ଏ ନେଇ ଏକ୍ସ ଜରିଆରେ ସୂଚନା ଦେଲା କଂଗ୍ରେସ।

ସୂଚନାଯୋଗ୍ୟ, ବିଜେଡି ଏପର୍ଯ୍ୟନ୍ତ ୧୪୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୬ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଆଉ ୧୫ଟି ଆସନରେ ନାଁ ଘୋଷଣା କରିନି ବିଜେପି । ଠିକ୍ ସେହିପରି କଂଗ୍ରେସ ମଧ୍ୟ ୧୩୮ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ ୯ ଟି ଆସନ, ଯେଉଁଠି ପ୍ରାର୍ଥୀ ଘୋଷଣା କରିନି ଦଳ ।

କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା; ଜାଣନ୍ତୁ କେଉଁ ଆସନରୁ କିଏ….. 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button