ଆବସ ଯୋଜନା ସାତ ସପନ।ଭଙ୍ଗା କୁଡ଼ିଆ ଛଅ ପ୍ରାଣୀ କୁଟୁମ୍ବ।

ଯାଜପୁର:ଧର୍ମଶାଳା:(IBN ଓଡିଶା)-ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ପଂଚାୟତ ସ୍ତର ରେ କିଛି କୁଜି ଆଉ କୁଚକ୍ରି ଗୋଷ୍ଠୀ ଙ୍କ ପାଇଁ ଗରିବ ଙ୍କ ନିକଟରେ ଆବସ ପହଁଚିବା ସାତ ସପନ ହୋଇପଡିଛି।ଗୋଟେ ପଟେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ପ୍ରଧାନ କରିବା ସହ ଏପଟେ ରାଜ୍ୟ ସରକାର ମଧ୍ୟ ବିଜୁ ପକ୍କା ଘର ଅନୁଦାନ ଯୋଗାଉଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡ କାଏମା ପଂଚାୟତ ଅଧିନ ନୂଆ ସାହି ଗ୍ରାମର ଭାସ୍କର ପଣ୍ଡା ଙ୍କ ପରିବାର ଛଅ ପ୍ରାଣୀ କୁଟୁମ୍ବ ଆଜକୁ ଦୀର୍ଘ ଦିନ ଧରି ଜରି ପାଲ ତଳେ ଜୀବନ ବିତାଉଛନ୍ତି।ବ୍ଲକ ଠୁ ଆରମ୍ଭ କରି ପଂଚାୟତ କାର୍ଯ୍ୟଲୟ ଦଉଡି ଦଉଡି ନୟାନ୍ତ ହେବା ପରେ ପ୍ରଶାସନ ଉପରୁ ଏବେ ଆସ୍ଥା ତୁଟେଇ ଦେଇ ମାଟି ଛପର ଘରେ ଜୀବନ କାଟୁଛନ୍ତି। ଏଥି ମଧ୍ୟରୁ ଭାସ୍କର ଙ୍କ ଦୁଇ ପୁଅ ରାକେଶ ପଣ୍ଡା ଓ ରାଜେଶ ପଣ୍ଡା ଭିନ୍ନକ୍ଷମ ହୋଇଥିବା ବେଳେ ସରକାର ଙ୍କ ନିକଟରୁ ମିଳିଥିବା ପ୍ରମାଣ ପତ୍ର ରେ ମଧ୍ୟ ରାକେଶ ପଣ୍ଡା ଙ୍କର ୭୫ ପ୍ରତିଶତ ଓ ରାଜେଶ ପଣ୍ଡା ଙ୍କର ୫୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ରରେ ଉଲେଖ୍ୟ ରହିଛି।
ଗୋଟେ ପଟେ ସରକାର ଭିନ୍ନକ୍ଷମ ଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିବା ବେଳେ ସରକାରୀ ସ୍ତ୍ରରରେ ସେମାନଙ୍କ ନିକଟରେ ସମସ୍ତ ସରକାରୀ ସୁବିଧା ପହଁଚିବା ପାଇଁ ଅନେକ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏକ୍ଷେତ୍ରରେ କିନ୍ତୁ ଏସବୁ ସୁବିଧା ସାତ ସପନ ହୋଇପଡିଛି।ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ଯୋଜନା ର ସଫଳ ରୂପାୟନ ଚଳାଇଥିବା ବିଜେଡି ଯୁବନେତା ସତୀଶ ବିଶ୍ୱାଳ ଗତକାଲି ଉକ୍ତ ପରିବାର ନିକଟରେ ପହଁଚି ସ୍ଥିତି ପରଖି ଥିଲେ।ଏଥି ସହିତ ମୁଖ୍ୟମନ୍ତ୍ରୀ ଙ୍କ ଜନ କଲ୍ୟାଣ କାରୀ ଯୋଜନା ସମ୍ବଦ୍ଧରେ ସତୀଶ ଉକ୍ତ ପରିବାର କୁ ବୁଝାଇବା ସହ ନବୀନ ପଟ୍ଟନାୟକ ଙ୍କ ସରକାର ରେ ଏସବୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।ସତୀଶ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଭାସ୍କର ଙ୍କ ପରିବାର ପ୍ରଦାନ କରିବା ସହ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଭାବ ମୂର୍ତ୍ତି ସାଧାରଣ ଗରିବ ଙ୍କ ପାଇଁ ସାହା ଭରସା ବୋଲି ଭାସ୍କର ଏନେଇ ଗଣ ମାଧ୍ୟମ କୁ କହିଛନ୍ତି।ତେବେ ଉକ୍ତ ପରିବାର କୁ ତୁରନ୍ତ ଜିଲ୍ଲା ପ୍ରଶାସନ ଆବସ ଯୋଜନା ରେ ସାମିଲ କରିବାକୁ ସାଧାରଣ ରେ ଦାବି ହୋଇଛି।




