ରାଜ୍ୟ

ଥମିବାର ନାଁ ଧରୁନି MBK ଇନ୍ଦୁମତି ଠକେଇ ପେଡି।ଥାନା ଘେରିଲେ ମହିଳା।

ଯାଜପୁର:ଜେନାପୁର- (IBN ଓଡିଶା )ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ଶୁକ୍ରବାର ଦିନ ଶତାଧିକ ମହିଳା ଯାଜପୁର ଏସ୍‌ପି ଓ ଜେନାପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଧର୍ମଶାଳା ବ୍ଲକ ଏଣ୍ତଳବା ପଞ୍ଚାୟତର ଏମ୍‌ବିକେ ତଥା କବାଟବନ୍ଧ ଗ୍ରାମ୍ୟ ବ୍ୟାଙ୍କର ବିସି (ବ୍ୟାଙ୍କ କରେସ୍‌ପଣ୍ଡେଣ୍ଟ) ଇନ୍ଦୁମତୀ ପୃଷ୍ଟି ପ୍ରାୟ ୭୦ଟି ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କଠାରୁ ଋଣ ଶୁଝିବା ନାଁରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ୍ କରି ଗିରଫ ହୋଇଛନ୍ତି। ଏନେଇ ଜେନାପୁର ଥାନାରେ ୨୫୩/୨୨ରେ ଏକ ମାମଲା ରୁଜୁ ହୋଇଛି। ଗତ ମାସ ୨୦ ତାରିଖରେ ଇନ୍ଦୁମତୀ ଆତ୍ମସମର୍ପଣ କରିବା ପରେ ସେ ଏବେ ଜେଲରେ ଅଛନ୍ତି। ଅନ୍ୟପଟେ ମହିଳାମାନେ ସେମାନଙ୍କ ଋଣ ଟଙ୍କା କିପରି ଶୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କାରଣ ଏ ଦିଗରେ ବ୍ୟାଙ୍କ ସକାରାତ୍ମକ ପଦେକ୍ଷପ ନେଉନଥିବା ଅଭିଯୋଗ ହୋଇଛି। ଏଣୁ ଏହି ପଞ୍ଚାୟତର ୨୫ଟି ସ୍ବୟଂସହାୟକ ଗୋଷ୍ଠୀର ପ୍ରାୟ ଦେଢ଼ଶହରୁ ଅଧିକ ମହିଳା ପ୍ରଥମେ ଜେନାପୁର ଥାନା ଓ ପରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।

କିସ୍ତି ଜମା କରିଥିବା ସଂକ୍ରାନ୍ତରେ ଆମେ ସାଦା କାଗଜରେ ଲେଖି ତାଙ୍କଠାରୁ ଦସ୍ତଖତ ରଖିଛୁ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନନେଇ ତମ ପାଖରେ କ’ଣ ପ୍ରମାଣ ରହିଛି ବୋଲି ପ୍ରଶ୍ନ କରୁଛନ୍ତି। ଆମେ ସବୁ ଗରିବ ଲୋକ ପୁଣି ଏତେଟଙ୍କା କେଉଁଠୁ ଆଣି ଶୁଝିବୁ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି। ଯଦି ଉଚିତ ନ୍ୟାୟ ନମିଳିବ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବା ସହ ଦରକାର ପଡ଼ିଲେ ସମୂହ ଆତ୍ମହତ୍ୟା କରିବୁ ବୋଲି ମହିଳାମାନେ ଧମକ ଦେଇଛନ୍ତି। ଅପରପକ୍ଷରେ ଏହି ମାମଲାକୁ ଗୁରୁତ୍ବର ସହ ନେଇ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ। ଏହାର ଉପଯୁକ୍ତ ତଦନ୍ତ କରାଇ ଅଭିଯୁକ୍ତ ଏମ୍‌ବିକେ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ସ୍ବୟଂସହାୟକ ଗୋଷ୍ଠୀ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରିବୁ ବୋଲି ଏସ୍‌ପି ରାହୁଲ ପିଆର ପ୍ରତିଶ୍ରୁତି ଦେଇଥିବା ମହିଳାମାନେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button