ରାଜ୍ୟ

ଦିପାବଳୀରେ ବାଣ ଧୂଆଁରୁ ଆଖିକୁ ରକ୍ଷା ପାଇଁ ଆପଣାନ୍ତୁ ଏହି ୫ ଉପାୟ.

ଭୁବନେଶ୍ବର: ଦିପାବଳୀକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି । ପ୍ରାୟ ସମସ୍ତେ ଏହି ପର୍ବ ପାଇଁ ପ୍ରସ୍ତୁତି କରିଥାନ୍ତି । ନିଜ ଘରକୁ ସଜେଇବା ସହ ସୁସ୍ୱାଦୁ ଖାଦ୍ୟ ରାନ୍ଧନ୍ତି । ପରସ୍ପରର ଘରକୁ ଯାଇ ଅଭିନନ୍ଦନ ଜଣାଇଥାନ୍ତି । ଏହା ସହିତ ଆଉ ଏକ ଜିନିଷ ଅଛି ଯାହା ଏହି ପର୍ବକୁ ଆହୁରି ସୁନ୍ଦର ସହ ମନୋଲୋଭା କରେ । ତାହା ହେଉଛି ବିଭିନ୍ନ ପ୍ରକାରର ବାଣ ।

ପିଲା ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ଦୀପାବଳିରେ ବାଣ ଫୁଟାନ୍ତି ।

ତେବେ ଏହି ବାଣ ଫୁଟାଇବା ଯେତିକି ଆନନ୍ଦ ଦେଇଥାଏ ସେତିକି ବିପଦ ଓ ଶବ୍ଦ ସହବାୟୁ ପ୍ରଦୂଷଣକୁ ଡାକି ଆଣିଥାଏ । ଏହାର ଧୂଆଁ ସବୁଆଡେ ବ୍ୟାପିଥାଏ । ଏହି ଧୂଆଁ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ, ସେଥିମଧ୍ୟରୁ ଗୋଟିଏ ହେଉଛି ଆଖି ରୋଗ । ବାଣ ଧୂଆଁ ଆମ ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଏହାକୁ ଏଡାଇବା ପାଇଁ, ଏହି 5ଟି ପଦ୍ଧତି ଆପଣାନ୍ତୁ ।

ଦୀପାବଳି ସମୟରେ ବାଣ ଦ୍ବାରା ସୃଷ୍ଟି ହେଉଥିବା ପ୍ରଦୂଷଣରୁ ଆଖିକୁ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ବାଣରେ ବାରୁଦ ଏବଂ ଅନେକ ପ୍ରକାରର କ୍ଷତିକାରକ ପଦାର୍ଥ ଥାଏ । ଏହାର ଧୂଆଁ ଆଖି ପୋଡାଜଳା ସହ ସଂକ୍ରମଣ ଏବଂ ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।

ଚଷମା ପିନ୍ଧନ୍ତୁ..
ବାଣ ଫୁଟାଇବାବେଳେ ସବୁବେଳେ ସୁରକ୍ଷା ଚଷମା ପିନ୍ଧନ୍ତୁ । ଏହା ଆପଣଙ୍କ ଆଖିକୁ ଧୂଆଁ, ରାସାୟନିକ ପଦାର୍ଥ ଏବଂ ଛୋଟ ଛୋଟ ବାଣ ଝୁଲ ଓ ବାରୁଦରୁ ରକ୍ଷା କରିବ ।

ଧୂଆଁରୁ ଦୂରରେ ରୁହନ୍ତୁ..
ଯେଉଁ ସ୍ଥାନରେ ଅତ୍ୟଧିକ ବାଣ ଫୁଟା ଯାଉଛି ସେହି ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣଙ୍କ ଆଖିରେ ପୂର୍ବରୁ କୌଣସି ଅସୁବିଧା ଅଛି ତେବେ ଘର ଭିତରେ ରହି ପର୍ବ ପାଳନ କରନ୍ତୁ । ଯଦିବି ବାଣ ଫୁଟାଉନାହାନ୍ତି ତଥାପି ଆପଣ ନିଜକୁ ଧୂଆଁରୁ ରକ୍ଷା କରନ୍ତୁ । ଅତ୍ୟଧିକ ଧୂଆଁର ସଂସ୍ପର୍ଶରେ ଆସିବା ଦ୍ୱାରା ଆଖି ଜଳାପଡା ସହ ନାଲି ପଡିଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button