ରାଜ୍ୟ

ସକ୍ଷମ ମାଧ୍ୟମରେ ସାମର୍ଥ୍ୟର ପ୍ରମାଣ

ଭୁବନେଶ୍ୱର,୨୯।୧୦: ବେଦାନ୍ତ ଆଲୁମିନିୟମର ଫ୍ଲାଗଶିପ୍‌ କାର୍ଯ୍ୟକ୍ରମ ତଥା ଦକ୍ଷତା ବିକାଶ ପଦକ୍ଷେପ ପ୍ରୋଜେକ୍ଟ ‘ସକ୍ଷମ’ ମାଧ୍ୟମରେ ଆଶାୟୀ ଛାତ୍ରୀଛାତ୍ରମାନେ ସାମର୍ଥ୍ୟର ପ୍ରମାଣ ଦେଖାଇ ବିଭିନ୍ନ ପ୍ରତିଷ୍ଠିତ ସ୍ଥଂସ୍ଥାରେ ନିୟୋଜିତ ହୋଇଛନ୍ତି। ବିଶେଷକରି ଝାରସୁଗୁଡ଼ା ଜିଲା ସମେତ ପଡ଼ୋଶୀ ଅଞ୍ଚଳର ଆଇଟିଆଇ ସ୍ନାତକମାନଙ୍କୁ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ଭୁବନେଶ୍ୱର ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ଦକ୍ଷତା ବିକାଶ ସହିତ କମ୍ପାନୀ ସଫଳତାପୂର୍ବକ ସହାୟତା ପ୍ରଦାନ କରିଛି।

ଏପରି କି ଏକ ବର୍ଷ ଧରି ଚାଲିଥିବା ଆବାସିକ କାର୍ଯ୍ୟକ୍ରମ ପ୍ରୋଜେକ୍ଟ ସକ୍ଷମ ମାଧ୍ୟମରେ ଛାତ୍ରୀଛାତ୍ରମାନେ ମେକାଟ୍ରୋନିକ୍ସ, ଯାନ୍ତ୍ରିକ ଏବଂ ବୈଦ୍ୟୁତିକ ସେବା, ଭୂଲମ୍ବ ପରିବହନ ଏବଂ ବୈଦ୍ୟୁତିକ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ ବ୍ୟବସାୟରେ ବିଶେଷଜ୍ଞମାନଙ୍କଠାରୁ ଉନ୍ନତ ଶିକ୍ଷା ଲାଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହେବା ସହିତ ଛାତ୍ରୀଛାତ୍ରମାନେ ଟାଟା ମୋଟର୍ସ, ଜନସନ ଲିଫ୍ଟ ଏବଂ ଏସ୍କାଲେଟର ଭଳି ଅଗ୍ରଣୀ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ଅପରପକ୍ଷରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରମାନଙ୍କୁ ନିକଟରେ ବେଦାନ୍ତ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ପ୍ରୋଜେକ୍ଟ ସକ୍ଷମ ପରବର୍ତ୍ତୀ ପିଢ଼ିକୁ ସଶକ୍ତ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏପରି କି ଆମେ ଆମର ସ୍ନାତକମାନଙ୍କ ପାଇଁ ଅତ୍ୟଧିକ ଗର୍ବିତ; ଯାହା କି ସେମାନଙ୍କର ଉଲ୍ଲେଖନୀୟ ସଫଳତା ତଥା କଠିନ ପରିଶ୍ରମ ଏବଂ ସାମର୍ଥ୍ୟର ଏହା ପ୍ରମାଣ ପାଲଟିଛି। ଯେଉଁଠାରେ ଆମେ କାର୍ଯ୍ୟ କରୁଛୁ, ସେହି ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ବଢ଼ାଇବା ପାଇଁ ଆମେ ପ୍ରତିବଦ୍ଧ ରହିଛି। ଏପରି କି ସେମାନଙ୍କୁ ବଜାର ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦାନ ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏବଂ ନିରନ୍ତର ଶିକ୍ଷାର ସଂସ୍କୃତି ପ୍ରତିପାଦନ କରି ଆମେ କେବଳ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରୁ ନାହୁଁ ବରଂ ଦେଶର ସୁଦୂର ଅଞ୍ଚଳକୁ ସାମାଜିକ-ଅର୍ଥନୈତିକ ମୁଖ୍ୟ ସ୍ରୋତରେ ମଧ୍ୟ ପହଞ୍ଚାଉଛୁ। ବେଦାନ୍ତ ଆଲୁମିନିୟମ ସେମାନଙ୍କ ପରିବର୍ତ୍ତନଶୀଳ ଯାତ୍ରାର ଏକ ଅଂଶ ହୋଇଥିବାରୁ ଏହା ଏକ ଗୌରବର ବିଷୟ ପାଲଟିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button