ରାଜ୍ୟ

ଧନତେରାସରେ କାହିଁକି ଜଳାଯାଏ ଯମ ଦୀପ, ଜାଣନ୍ତୁ ଏହାର କାରଣ

ଭୁବନେଶ୍ୱର: ଆଜି ପବିତ୍ର ଧନତେରାସ l ପବିତ୍ର ଧନତେରାସ ଅବସରରେ ଚଳଚଞ୍ଚଳ ଦିଲ୍ଲୀଠୁ ପଲ୍ଲୀ । ପ୍ରଥା ରହିଛି ଆଜିର ହିଁ ଦିନରେ ଏହି ସବୁ ଜିନିଷ କିଣିଲେ ଏହା ସାଙ୍ଗରେ ମା’ ଲକ୍ଷ୍ମୀ ଘର ଭିତରେ ବାସ କରନ୍ତି । ସମୃଦ୍ଧି ଆଉ ଖୁସି ଆଣେ ଏହି ସବୁ ଜିନିଷ । ଧନତେରାସକୁ ଧନତ୍ରୟୋଦଶୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଧନଦାତ୍ରୀ ମା’ ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ସୃଷ୍ଟି ହୋଇଥିଲେ ।

ଏହି ଉତ୍ସବ ୫ ଦିନିଆ ଦୀପାବଳି ମହୋତ୍ସବର ପ୍ରଥମ ଦିନରେ ପାଳନ କରାଯାଏ ।

ଏହି ଦିନ ଦେବୀ ଦେବୀ ଲକ୍ଷ୍ମୀ, ଗଣେଶ, କୁବେର ଦେବତା, ଧନ୍ଵନ୍ତରୀ ଦେବଙ୍କ ସହ ଯମରାଜଙ୍କ ପୂଜା ମଧ୍ୟ କରାଯାଏ l ଏହି ଦିନ ଘରର ମୁଖ୍ୟ ପ୍ରବେଶ ପଥରେ ଏକ ଚାରିମୁଖ ଦୀପ ଜଳାଯାଏ l ବିଶ୍ୱାସ ଅନୁଯାୟୀ, ଏହି ଦିନ ସୋରିଷ ତେଲରେ ସୂତାରେ ତିଆରି ବଳିତା ବୁଡାଇ ଦକ୍ଷିଣ ଦିଗରେ ଦୀପ ଜାଳିଲେ ଯମରାଜ ଖୁସି ହୁଅନ୍ତି l ବିଶ୍ୱାସ କରାଯାଏ ଯେ ଏହି ଦିନ ଯମଙ୍କ ନାମକ ଦୀପ ଜାଳିବା ଦ୍ୱାରା ପରିବାରରେ କାହାର ଅକାଳ ମୃତ୍ୟୁ ହୁଏ ନାହିଁ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଘଟେ l ତେବେ ଆସନ୍ତୁ ଜାଣିବା ଏହି ଦୀପ ଜାଳିବାର ପଦ୍ଧତି ଏବଂ ଗୁରୁତ୍ୱ l

ଏହିଦିନ, ଅଟାରେ ଚାରିମୁହଁ ବିଶିଷ୍ଟ ଦୀପ ତିଆରି କରନ୍ତୁ ଏବଂ ସେହି ଦୀପରେ ସୋରିଷ ତେଲ ଭଲ ଭାବରେ ଭରନ୍ତୁ l ଏବେ ସେହି ଦୀପରେ ସୂତାରେ ତିଆରି ବଳିତା ବୁଡାଇ ଦୀପ ପ୍ରଜ୍ବଳିତ କରନ୍ତୁ ଏବଂ ଦୀପକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ l ତେବେ ପ୍ରଦୋଷ କାଳରେ ଯଦି ଆପଣ ଏହି ଦୀପ ଜାଳନ୍ତି, ତେବେ ଏହା ବହୁତ ଫଳପ୍ରଦ ହୋଇଥାଏ l ଚଳିତବର୍ଷ ଅପରାହ୍ନ 5:38 ରୁ ରାତି 8:13 ପର୍ଯ୍ୟନ୍ତ ପ୍ରଦୋଷ କାଳ ରହିଛି l ସେହିପରି 6.30 ରୁ 8.13 ପର୍ଯ୍ୟନ୍ତ ଆପଣ ପୂଜା କରିପାରିବେ l

Related Articles

Leave a Reply

Your email address will not be published. Required fields are marked *

Back to top button