IBN ଓଡ଼ିଶା ବ୍ୟୁରୋ

ଅଭିନେତା ବିଜୟଙ୍କ ପାର୍ଟିର ପ୍ରତିଶ୍ରୁତି, ହଟିବ ରାଜ୍ୟପାଳ ପଦବୀ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାରେ ରବିବାର ଦିନ ଅଭିନେତା ବିଜୟ ଏକ ରାଲି କରିଥିଲେ। ତାଙ୍କ ଦଳ ତାମିଲାଗା ଭେଟ୍ରି କାଜଗାମ ଗଠନ କରିବାର ଆଠ ମାସ ପରେ ଏକ ରାଲି କରିଥିଲେ।

ଏହି ରାଲିରେ ସେ ଦଳର ଆଦର୍ଶ ଏବଂ ମୂଳ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି ଯେଉଁଥିରେ ସମାନତା, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, କୋର୍ଟରେ ପ୍ରଶାସନିକ ଭାଷା ଭାବରେ ତାମିଲ ଭାଷାକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟପାଳ ପଦବୀକୁ ହଟାଇବା ଆଦି ସାମିଲ ଅଛି।

ସେ ତାମିଲନାଡୁର ଶାସକ ଦଳ ଡିଏମକେକୁ କଟାକ୍ଷ କରି କହିଛନ୍ତି ଯେ ଏକ ‘ପରିବାର’ ଦ୍ରାବିଡ଼ ମଡେଲ ନାଁରେ ରାଜ୍ୟକୁ ଲୁଟ୍ କରି ଚାଲିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button