ରାଜନୀତିରାଜ୍ୟ

MBK, CRP ଙ୍କୁ ଧରି ନିର୍ବାଚନ ଜିତୁଛନ୍ତି ପ୍ରଣବ !କଥା ମାନ ଚାକିର ହବ ନଚେତ ଚାକିର ଯିବ।

ଯାଜପୁର,ଧର୍ମଶାଳା:(IBN ଓଡିଶା)-ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଶସକ୍ତ କରାଇବା ଦିଗରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ଅନେକ ଯୋଜନା ପରେ ଯୋଜନା କାର୍ଯ୍ୟ କରି ମହିଳା ମାନଙ୍କୁ ନିଯୁକ୍ତି କରାଇଛନ୍ତି।ଓଡିଶା ଜୀବିକା ମିଶନ ମାଧ୍ୟମରେ ଏମ୍ବିକେ, ସିଆରପି,ବ୍ୟଙ୍କମିତ୍ର,କୃଷି ମିତ୍ର, ଓ ପ୍ରାଣୀ ମିତ୍ର ଙ୍କୁ ନିଯୁକ୍ତି କରାଇ କିଛି ପରିତୋଷିକ ରାଶି ମଧ୍ୟ ପଂଚାୟତ ତରଫରୁ ପ୍ରଦାନ କରୁଛନ୍ତି।ଏପରିକି ମହିଳା ମାନଙ୍କୁ ଓଡିଶା ଜୀବିକା ମିଶନ ମାଧ୍ୟମରେ ପ୍ରତି ପଂଚାୟତ ସ୍ତରରେ ଏମ୍ବିକେଙ୍କୁ ନିଯୁକ୍ତି ଦେଇଛନ୍ତି।ଏପଟେ ଏମ୍ବିକେ ଙ୍କ ଅଧୀନରେ ସିଆରପିଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି।ସେହିପରି ବ୍ୟାଙ୍କ ସେବା କ୍ଷେତ୍ରରେ ବ୍ୟଙ୍କ ମିତ୍ର ଓ ପ୍ରାଣୀ ସେବା କ୍ଷେତ୍ରରେ ପ୍ରାଣୀ ମିତ୍ର ଙ୍କୁ ନିଯୁକ୍ତି ଦେଇଛନ୍ତି।

ପ୍ରସଙ୍ଗ କ୍ରମେ କମ୍ମ୍ୟୁନିଟି କାଡ଼ର ତଥା ଏସଏଚଜି ଗ୍ରୁପ ଧରି ମୋହରା ବନେଇ ନିର୍ବାଚନ ଜିତୁଛନ୍ତି ଧର୍ମଶାଳା ବିଧାୟକ।ତେବେ ଓଡିଶା ଜୀବିକା ମିଶନ ମାଧ୍ୟମରେ କମ ବେତନରେ କାର୍ଯ୍ୟ କରୁଥିବା ଏହି ସବୁ କମ୍ମ୍ୟୁନିଟି କାଡ଼ର ଙ୍କୁ ନେଇ ମାନ୍ୟବର ବିଧାୟକ ଅନେକ ସମୟରେ ଦଳୀୟ ମିଟିଂ କରିବା ସହ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ କରାଉଛନ୍ତି।କେତେବେଳ ଶଙ୍ଖ ଶାଢ଼ୀ ସହ ବେକରେ ଉତରୀୟ ତ ପୁଣି ଇଲେକ୍ସନ ସମୟରେ ଘରକୁ ଶାଢ଼ୀ ପଠାଇବା ସହ ନିର୍ବାଚନ ସମୟରେ ମହିଳା ଙ୍କ ବ୍ୟାଗ ରେ ପୁଳା ପୁଳା ଟଙ୍କା ପଠାଇ ବାଣ୍ଟିବା ଘଟଣା ଧର୍ମଶାଳା ବାସୀଙ୍କୁ ଅଛପା ନାହିଁ।ଯାହା ଫଳରେ ସେମାନେ ସରକାରୀ ସ୍ତରରେ ପଞ୍ଜିକୃତ ନହୋଇ ମଧ୍ୟ ଯେହେତୁ ସରକାର ଙ୍କ ପରିତୋଷିକ ରାଶି କୁ ପଂଚାୟତର ସରକାରୀ ଖାତାରୁ ଚେକ ମାଧ୍ୟମରେ କାଟି ନେଉଛନ୍ତି ସେମାନେ ମଧ୍ୟ ସରକାରୀ କର୍ମଚାରି ବୋଲି ନିକଟରେ ଏକ ପତ୍ର ରେ ଯାଜପୁର ଜିଲ୍ଲାପାଳ ଦର୍ଶାଇ ଥିଲେ।
ଗୋଟେ ପଟେ ପଂଚାୟତ ନିୟମାବଳୀ କୁ ଦେଖିବାକୁ ଗଲେ ପ୍ରତେକ ସରକାରୀ କର୍ମଚାରୀ ନିରପେକ୍ଷ ରହିବାକୁ ସଦା ସର୍ବଦା ପରାମର୍ଶ ଦିଆଯାଉଛି ହେଲେ ଏକ୍ଷେତ୍ରରେ କିପରି ଏମ୍ବିକେ ଓ ସିଆରପି ଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ ରେ ଧର୍ମଶାଳା ବିଧାୟକ ନେଇ ସାମିଲ କରୁଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।ସେହିପରି ନିକଟ ଅତୀତରେ ଯାଜପୁର ଜିଲ୍ଲାରେ ଚଳିତ ନିର୍ବାଚନ ସମୟରେ ବଡଚଣା ର ବ୍ଲକ ଅଧୀନରେ ଜଣେ କାର୍ଯ୍ୟରତ ଏମ୍ବିକେ ଦଳୀୟ କାର୍ଯ୍ୟକ୍ରମ ରେ ପ୍ରଚାର ପ୍ରସାର ପାଇଁ ଚାକିର ରୁ ନିଲମ୍ବିତ ହୋଇଥିବା ବେଳେ ଧର୍ମଶାଳା ବ୍ଲକ ଅଧିନ କୁମାରୀ ଗ୍ରାମ ପଞ୍ଚାୟତ ର ଏମ୍ବିକେ ଙ୍କୁ ମଧ୍ୟ ରାଜନୈତିକ ଚାପ ରେ ଚାକିର ରୁ ଯାଜପୁର ଜିଲ୍ଲାପାଳ ନିଲମ୍ବନ କରିଥିଲେ।କଥା ଥିଲା ଏତିକି ଯେ ନିର୍ବାଚନ ରେ ଦଳୀୟ ସମର୍ଥିତ ସରପଞ୍ଚ ପ୍ରାଥିନି ଙ୍କୁ ସହଯୋଗ କରିବା ବଦଳରେ ଏମ୍ବିକେ କୁଆଡେ ଉକ୍ତ ପଂଚାୟତ ରେ ସ୍ୱାଧୀନ ପ୍ରାଥିଙ୍କୁ ସହଯୋଗ କରିଥିଲେ ବୋଲି ପଂଚାୟତ ର କିଛି କୁଜି ନେତା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ।ଏମ୍ବିକେ ଜଣଙ୍କ ଭଉଣୀ ମଧ୍ୟ ୱାର୍ଡ ପ୍ରାଥିନି ଛିଡା ହୋଇଥିବା ବେଳେ ତାଙ୍କ ଭଉଣୀ ସୋସିଆଲ ମିଡିଆରେ ଏକ ପ୍ରତିଛବି କୁ ଏମ୍ବିକେ ଙ୍କ ମୋବାଇଲ ମାଧ୍ୟମରେ ସେୟାର କରିଥିଲେ ବୋଲି କୁଆଡେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା।କିନ୍ତୁ ଘଟଣା ର ସତ୍ୟା ସତ୍ୟ ନଜାଣି ସ୍ଥାନୀୟ ବିଧାୟକ ଙ୍କ ପ୍ରରୋଚନାରେ ଦଳୀୟ କର୍ମୀମାନେ ଜିଲ୍ଲାପାଳ ଙ୍କୁ ମିଛ ଖଚ କହି ତାଙ୍କର ମତିଭ୍ରଷ୍ଟ କରିବା ଫଳରେ କାରଣ ଦର୍ଶାଅ ନୋଟିସ୍ ର ଚାରି ଦିନରେ କୁମାରୀ ଏମ୍ବିକେ ଙ୍କୁ ଚାକିର ରୁ ନିଲମ୍ବିତ କରିଥିଲେ।ଆଉ ଏନେଇ ମଧ୍ୟ ଏମ୍ବିକେ ଜଣକ ମାନ୍ୟବର ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହେବା ପରେ ଉକ୍ତ ମାମଲା ଏଯାବତ ଚାଲୁଅଛି।ତାହାଲେ ଏଠି ପ୍ରଶ୍ନ ଉଠୁଛି ନିଜର ପରିବାର ପ୍ରତିପୋଷଣ ପାଇଁ ପଂଚାୟତ ସ୍ତରରେ ଛୋଟ ଚାକିର ଟେ କରିଥିବା ମହିଳା ମା ମାନଙ୍କ ପାଇଁ କାହିଁକି ପ୍ରଣବ ଗୁଣିଆ ହୋଇ ଲାଗି ପୁଣି ଡାହାଣୀ ହୋଇ ଝାଡୁଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର।ଏପଟେ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପ୍ରଚାର ପ୍ରସାର କରିବାକୁ ବିଧାୟକ କହୁଥିବା ବେଳେ ସେପଟେ ଯଦିଓ ବିରୋଧୀ କିଛି ଫୋଟୋ କୁ ନେଇ ଉପରିସ୍ତ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରୁଛନ୍ତି, ଯାହା ଫଳରେ ନିରୀହ କମ୍ମ୍ୟୁନିଟି କାଡ଼ର ଙ୍କର ଜୀବିକା ଟି ଚାଲି ଯାଉଛି।ଆଉ ମୁହଁ ଫୁଟାଣି ମାରୁଥିବା ପ୍ରଣବ ଉକ୍ତ ଚାକିର କୁ ରକ୍ଷାକରି ପାରୁନଥିବା ଯାହା ଏମ୍ବିକେ ମହଲରେ ଆଲୋଚନା ର ବିଷୟ ପାଲଟିଛି।ତେବେ ମହିଳା ମାନଙ୍କୁ ନେଇ ନିର୍ବାଚନ ଜିତିବା ଯାହା ପ୍ରଣବ ଙ୍କ ନିତିଦିନିଆ ବ୍ୟବସାୟ ବୋଲି ଅନେକ ବୁଦ୍ଧି ଜୀବିରେ ମତପ୍ରକାଶ ପାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button