ରାଜ୍ୟ

ମେଡିକାଲ ଓ୍ୱାର୍ଡରେ ସାପ: ରୋଗୀଙ୍କ ସମ୍ପର୍କୀୟଙ୍କୁ ମାରିଲା ଚୋଟ, ପିନ୍ଧା ପ୍ୟାଣ୍ଟରେ ପଶିଗଲା

ନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି। ମେଡିକାଲ ଓ୍ୱାର୍ଡରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ସାପ କାମୁଡିଛି। ଉପଖଣ୍ଡର ମୁଖ୍ୟ ମେଡ଼ିକାଲରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବକ ଜଣକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝୀ ଚମ୍ପେଇ ବୋଲି ଜଣାପଡ଼ିଛି ।

 

ତାଙ୍କ ବଡ଼ ମା’ପେଲଙ୍ଗ ମୁଣ୍ଡା ଅସୁସ୍ଥ ଥିବାରୁ ଗତକାଲି ସେ ମେଡିକାଲରେ ସହାୟତା ପାଇଁ ରାତିରେ ରହି ଯାଇଥିଲେ । ବଡ ମା’ ରହୁଥିବାଙ୍ ଓ୍ୱାର୍ଡ ସାମ୍ନା
ବାରଣ୍ଡାରେ ଶୋଇଥିବା ସମୟରେ ଏକ ଚିତି ସାପ ଆସି ତାଙ୍କ ହାତକୁ କାମୁଡିଦେଇ ସେ ପିନ୍ଧି ଥିବା ପ୍ୟାଣ୍ଟ ଭିତରେ ପଶିଯାଇଥିଲା।

ସେ ପାଟି କରିବାରୁ ତାଙ୍କ ପାଖରେ ସୁରକ୍ଷାକର୍ମୀ ଓ ପାଖରେ ଥିବା ଲୋକେ ପହଞ୍ଚି ସାପକୁ ତାଙ୍କ ପ୍ୟାଣ୍ଟ ଭିତରୁ ବାହାର କରିଥିଲେ । ତାଙ୍କର ଚିକିତ୍ସା କରାଯାଇଥିଲା। ତେବେ ମାଝୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ମେଡ଼ିକାଲ ପକ୍ଷରୁ କୁହାଯାଇଛି।

ଏହା ପରେ ସାପକୁ କେହି ମାରିଦେଇଥିବା କୁହାଯାଉଛି। ଏହି ଘଟଣା ପରେ ଆନନ୍ଦପୁର ଡାକ୍ତରଖାନାରେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button