ରାଜ୍ୟ

ଅତ୍ଯଧିକ ଚିନ୍ତା ହେଉ କିମ୍ବା ଯନ୍ତ୍ରଣା ଅନେକ ସମସ୍ଯା ଦୂର କରେ ମଲ୍ଲୀ ଫୁଲ: ଜାଣନ୍ତୁ କେମିତି କରିବେ ବ୍ଯବହାର

ମଲ୍ଲୀ ଫୁଲ ଘର କିମ୍ବା ଅଗଣାରେ ମହକ ଖେଳାଇବା ପାଇଁ ଲଗାଯାଇଥାଏ। ଏହି ଫୁଲ କେବଳ ସୁଗନ୍ଧିତ ହୋଇନଥାଏ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ଯ ଭରି ରହିଛି, ଯାହା ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ। ଔଷଧ ରୂପେ ମଲ୍ଲୀ ଫୁଲର ମାତ୍ର ୧୦ ଗ୍ରାମ ବ୍ଯବହାର କରାଯାଇଥାଏ। ଏହାର ସୁଗନ୍ଧ ମସ୍ତିଷ୍କକୁ ଶକ୍ତିଶାଳୀ କରିଥାଏ କିନ୍ତୁ ଏହା ବାତ ଏବଂ ଗଣ୍ଠି ରୋଗ ଥିବା ବ୍ଯକ୍ତିମାନଙ୍କ ପାଇଁ ହାନିକାରକ ହୋଇଥାଏ। ଏହାର ବାସ୍ନା କିଛଇ ଲୋକଙ୍କ ପାଖରେ ଏଲର୍ଜିର କାରଣ ହୋଇଥାଏ। ଏହିକାରଣରୁ ଯାହାର ଏଲର୍ଜି ସମସ୍ଯା ରହିଛି ସେମାନେ ଏହି ଫୁଲ ବ୍ଯବହାର କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଏହି ଫୁଲ ଫାଇଦା ବିଷୟରେ।

jasmine-ମଲ୍ଲୀ ଫୁଲ ତେଲକୁ ଏଣ୍ଟିସେପ୍ଟିକ ସ୍ତରରେ ବ୍ଯବହାର କରାଯାଇଥାଏ। କୌଣସି ପ୍ରକାର ଖଣ୍ଡିଆ କିମ୍ବା ଆଘାତ ପାଇଥିବା ସ୍ଥାନରେ ଏହି ତେଲ ଲଗାଇବା ଦ୍ବାରା ଯନ୍ତ୍ରଣା କମ ହେବା ସହ ଖଣ୍ଡିଆ ଜଲଦି ସୁଖିଯାଇଥାଏ।

-ଯଦି କାମର ଅଧିକ ବୋଝ କିମ୍ବା ଠିକ୍ ସମୟ ପର୍ଯ୍ଯନ୍ତ ଶୋଇପାରୁ ନଥିବାରୁ ଅଧିକ ଚିନ୍ତା ଦେଖାଯାଉଛି କି? ତେବେ ଏଭଳି ପରିସ୍ଥିତିରେ ବଗିଚାକୁ ଯାଇ ମଲ୍ଲୀ ଫୁଲର ବାସ୍ନା ନିଅନ୍ତୁ। କାରଣ ଏହାର ବାସ୍ନା ମସ୍ତିଷ୍କକୁ ତାଜା କରିବା ସହ ଚିନ୍ତା ଦୂର କରିଥାଏ।

Jasmine (1)-ମଲ୍ଲୀ ଫୁଲ ତେଲ ସୁଗନ୍ଧିତ ହେବା ସହ ଏହାକୁ ଅରୋମାଥେରାପିରେ ମଧ୍ଯ ବ୍ଯବହାର କରାଯାଇଥାଏ। ଏହି ତେଲ ଦ୍ବାରା କରାଯାଉଥିବା ମସାଜ୍ ଶରୀରର ମାଂସପେଶୀକୁ ଆରାମ ପହଞ୍ଚାଇଥାଏ। ଏହାବ୍ଯତୀତ ମଲ୍ଲୀ ଫୁଲ ତେଲରେ ନଡ଼ିଆ ତେଳ ମିଶାଇ ଶରୀରରେ ମାଲିସ କରନ୍ତୁ। ଏହାଦ୍ବାରା ଶରୀରକୁ ଆରାମ ମିଳିବା ସହ ଯନ୍ତ୍ରଣା କମ ହୋଇଥାଏ।

-jasmine-ଏସବୁ ବ୍ଯତୀତ ମଲ୍ଲୀ ଫୁଲକୁ ବାଟି ଏହାକୁ କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାଇଲେ ମଧ୍ଯ ଆରାମ ମିଳିଥାଏ। ସେହିଭଳି ମୁଣ୍ଡବିନ୍ଧା ସମସ୍ଯା ଥିଲେ ଅଳ୍ପ କିଛି ଏହି ଫୁଲକୁ ନେଇ ଏହାକୁ ବାଟି ଲେପକୁ ମଥାରେ ଲଗାନ୍ତୁ। ଏପରି କରିବା ଦ୍ବାରା ତୁରନ୍ତ ଆରାମ ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button