ରାଜ୍ୟ

ବେଙ୍ଗାଲୁରୁରେ ନିବେଶକ ରୋଡ୍‌ ସୋ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ବେଙ୍ଗାଲୁରୁରେ ଏକ ନିବେଶକ ରୋଡ୍‌ ସୋ ଆୟୋଜନ କରାଯାଇଛି। ଏଥିରେ ଆଇବିଏମ୍‌, ଆକ୍ସେଞ୍ଚର, ଇନ୍‌ଫୋସିସ୍‌, କଗ୍ନିଜାଣ୍ଟ ଓ ହାପିଏଷ୍ଟ ମାଇଣ୍ଡ୍‌ସ ଭଳି କମ୍ପାନିର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ରୋଡ୍‌ ସୋ’ରେ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ୨୦ରୁ ଅଧିକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ରାଜ୍ୟର ଆଇଟି କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଡକ୍ଟର ମହାଲିଙ୍ଗ କହିଛନ୍ତି ଯେ ଆଇଟି, ଇଲେ‌କ୍ଟ୍ରୋନିକ୍ସ ଓ ପ୍ରଫେସନାଲ୍ ସେବାକୁ ନେଇ ଓଡ଼ିଶା ଅର୍ଥନୀତି ବିବିଧ ହୋଇପାରିଥିବା ବେଳେ ଏହା ଏବେ ବିଶ୍ବ ଚାହିଦା ପୂରଣ କରିବାକୁ ପ୍ରସ୍ତୁତ ରହିଛି।

ଉନ୍ନତ ଭିତ୍ତିଭୂମି, ଦକ୍ଷ ଶ୍ରମ ଶକ୍ତି ଓ ପ୍ରଗତିଶୀଳନ ନୀତିକୁ ନେଇ ଡିଜିଟାଲ ଯୁଗରେ ରାଜ୍ୟ ନୂତନ ଶିଖରରେ ପହଞ୍ଚିବାକୁ ଚାହୁଛି ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ରେ ଅଂଶଗ୍ରହଣ କରିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଥିଲେ। ଏଥି ସହିତ ଓଡ଼ିଶା ପ୍ରତିନିଧି ବେଙ୍ଗାଲୁରୁରେ ଅନୁଷ୍ଠିତ ଟାଇ ଗ୍ଲୋବାଲ୍ ସମିଟ୍‌ ୨୦୨୪ରେ ଅଂଶଗ୍ରହଣ କରିଥିଲେ। ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଯୋଗ ଦେଇ ରାଜ୍ୟରେ ପାଞ୍ଚଟି ଉତ୍ସର୍ଗୀକୃତ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ସ୍ଥାପନ କରିବା ଯୋଜନା ରହିଛି ବୋଲି କହିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button