ହାଇକୋର୍ଟରେ ଆନନ୍ଦ ଟପ୍ପୋ ହତ୍ୟା ମାମଲା; ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବ କ୍ରାଇମ୍ବ୍ରାଞ୍ଚ୍ – Ibnodisha

[ad_1]
କଟକ: ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାର ତଦନ୍ତ ଆଗାମୀ ୬ ସପ୍ତାହ ମଧ୍ୟରେ ଶେଷ ହେବ । ଓଡ଼ିଶା ପୁଲିସ୍ରେ ଅଧିକାରୀଙ୍କ ଅଭାବ କାରଣରୁ କ୍ରାଇମ୍ବ୍ରାଞ୍ଚ୍ ଆଇଜି ଏହି ମାମଲାର ତଦନ୍ତ କରିପାରିବେ ନାହିଁ । କ୍ରାଇମ୍ବ୍ରାଞ୍ଚ୍ର ୨ଜଣ ଏସ୍ପି ମାମଲାର ତଦନ୍ତ କରିବେ । ଏହି ତଦନ୍ତ ପ୍ରକ୍ରିୟାକୁ ଆଇଜି ତଦାରଖ କରିବେ । ୬ ସପ୍ତାହ ମଧ୍ୟରେ ତଦନ୍ତ ଶେଷକରି ରିପୋର୍ଟ ପ୍ରଦାନ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ୍ ଜେନେରାଲ୍ ହାଇକୋର୍ଟରେ ଉପସ୍ଥିତ ରହି ଅବଗତ କରାଇଛନ୍ତି । ହାଇକୋର୍ଟର ବିଚାରପତି ଶିବଶଙ୍କର ମିଶ୍ର ଅଦାଲତ ଅବମାନନା ମାମଲାର ଶୁଣାଣିକରି ମାମଲାର ଅନ୍ତ ଘଟାଇଛନ୍ତି । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହାଇକୋର୍ଟ ୮ମାସ ପୂର୍ବେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅଭିଯୁକ୍ତ ଡିଏସ୍ପି ପାହ୍ୟାର ଅଧିକାରୀ ହୋଇଥିବାରୁ ମାମଲାର ତଦନ୍ତ ଡିଆଇଜି ପାହ୍ୟାରୁ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା କରାଇବାକୁ ଆଦେଶ ଦେଇଥିଲେ ।
ହେଲେ କ୍ରାଇମ୍ବ୍ରାଞ୍ଚ୍ ଏହି ମାମଲାର ତଦନ୍ତ ଅଦ୍ୟାବଧି ଆରମ୍ଭ କରିନଥିବା ଅଭିଯୋଗ ଆଣି ଆବେଦନକାରୀଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା । ସୂଚନାଯୋଗ୍ୟ ୨୦୨୨ ଫେବୃଆରୀ ୨୮ରେ ଆନନ୍ଦଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମ୍ରୁ ଉଦ୍ଧାର କରି ତାଙ୍କ ବନ୍ଧୁ ମନ୍ଜିତ୍ ଟେଟେ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆନନ୍ଦଙ୍କର ଅନ୍ୟତମ ବନ୍ଧୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଏ ବିଷୟରେ ଆନନ୍ଦଙ୍କ ବାପାଙ୍କୁ ଫୋନ୍କରି ଜଣାଇଥିଲେ । ଇନ୍ଫୋସିଟି ଥାନା ଏକ ଅପମୃତ୍ୟୁ ମାମଲା ରୁଜୁହୋଇ ପୁାଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା । ଅପରପକ୍ଷରେ ଆନନ୍ଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ତେବେ ପୁଲିସର ନିଷ୍କ୍ରିୟତା ବିରୋଧରେ ଆନନ୍ଦ ପିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁଲିସର ତଦନ୍ତ ପ୍ରକ୍ରିୟାରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଗତ ଜୁଲାଇ ୫ରେ ମାମଲାର କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
[ad_2]