ରାଜ୍ୟ

ଗାଈ ଚରାଇବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ତାଲଡିହି ଗାଁର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଗାଁ ନିକଟ ଜଙ୍ଗଲକୁ ଦୁଇ ଜଣ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ୫୫ ବର୍ଷୀୟ ଗୁରା ମୁଣ୍ଡାଙ୍କୁ ହଠାତ ଭାଲୁ ଆକ୍ରମଣ କରିଥିଲା । ଖବରପାଇ ବରସୁଆଁ ରେଞ୍ଜର ଧରଣୀଧର ସାହୁ ଏବଂ ଫରେଷ୍ଟର ମାନସ ରଞ୍ଜନ ସାହୁ ବୃଦ୍ଧଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button