ରାଜ୍ୟ

ନାନପୁର ଓଭରବ୍ରିଜ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

ଣ୍ଡିଖୋଲ,୩୦/୦୮: ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚଣ୍ଡିଖୋଲ – ପାରାଦ୍ୱୀପ ଜାତୀୟ ରାଜପଥ ର ନାନପୁର ଓଭରବ୍ରିଜ ନିକଟରେ ଘଟିଛି ଏହି ଦୁର୍ଘଟଣା । ବାଇକ୍ ସହ ବାଇକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ । ମୃତକ ଜଣକ ଚଣ୍ଡିଖୋଲ ଅଞ୍ଚଳର ରାଜ କିଶୋର ନାୟକ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଚଣ୍ଡିଖୋଲ ପଟୁ ରାଜ କିଶୋର ପାରାଦ୍ୱୀପ ଅଭିମୁଖେ ଯାଉଥିଲେ ।ଏହି ସମୟରେ ନାନପୁର ଓଭରବ୍ରିଜ ନିକଟରେ ବିପରୀତ ପଟରୁ ଆସୁଥିବା ବାଇକ୍ ସହ ରାଜ କିଶୋରଙ୍କର ଧକ୍କା ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ରାଜ କିଶୋର । ଅନ୍ୟ ବାଇକ୍ ଆରୋହୀ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ଘଟଣା ସମ୍ୱନ୍ଧରେ ପୋଲିସକୁ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତର ହୋଇଥିବା ବାଇକ୍ ଚାଳକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି । ଏଥି ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button