ରାଜ୍ୟ
ଲୋୟର ପିଏମଜିରେ ଶହେ ଟଙ୍କାରେ ଶାଢ଼ୀ, ବନାରସୀ ପାଟ ସାଙ୍ଗକୁ ମିଳୁଛି ଫ୍ୟାନ୍ସୀ ଶାଢ଼ି – Ibnodisha
[ad_1]
ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଲୋୟର ପିଏମଜିରେ ବିିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ନିଜ ନିଜର ଦାବି ନେଇ ଏହି ସଙ୍ଗଠନମାନେ ପ୍ରତିବାଦ କରୁଛନ୍ତି । ଏହାରି ଭିତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଆନ୍ଦୋଳନ ବେଳେ ଲୋୟର ପିଏମଜିରେ ଶାଢ଼ି ବେପାର ଜମିଛି ।
ଭଳିକି ଭଳି ବନାରସୀ ପାଟ ସାଙ୍ଗକୁ ଫ୍ୟାନ୍ସି ଶାଢ଼ି ବିକ୍ରି ହେଉଛି । ଆଉ ଏହାର ଦାମ୍ ମଧ୍ୟ ବଜାର ତୁଳନାରେ କମ୍ ରହିଛି । ସର୍ବନିମ୍ନ ୧୦୦ ଟଙ୍କାରେ ଖଣ୍ଡିଏ ଶାଢ଼ୀ ମିଳୁଛି । ଏମିତିକି ଦାମୀ ଶାଢ଼ିର ଦାମ୍ ୭୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ରଖାଯାଇଛି । ସେହିପରି ଫ୍ରକର ଦାମ୍ ମାତ୍ର ୧୦ ଟଙ୍କା ।
[ad_2]