ରାଜ୍ୟ

ଗର୍ଭବତୀ ସମୟରେ ଖାଆନ୍ତୁ ଅଣ୍ଡା, ଜାଣନ୍ତୁ କଣ ରହିଛି ଏହାର ଫାଇଦା

ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ଖୁବ ଲାଭକାରୀ ହୋଇଥାଏ। ବିଶେଷ ରୂପେ ଗର୍ଭବତୀ ଥିବା ସମୟରେ ଅଣ୍ଡା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହି ସମୟରେ ମାକୁ ଖାଦ୍ୟ-ପାନୀୟରେ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ କାରଣ ଆପଣ ଯାହା ବି ଖାଇଥାନ୍ତି ତାହା ଗର୍ଭରେ ବଢୁଥିବା ଶିଶୁ ଉପରେ ପ୍ରଭାବ ପଡିଥାଏ। ସୁସ୍ଥ ଖାଦ୍ୟ କେବଳ ମା ପାଇଁ ନୁହେଁ ବରଂ ଶିଶୁ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ।ତେବେ ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ ଅଣ୍ଡା ଖାଇବା କାହିଁକି ଲାଭକାରୀ ହୋଇଥାଏ।

ମସ୍ତିଷ୍କ ବିକଶିତ ହୋଇଥାଏ

ଅଣ୍ଡାରେ ଉଚ୍ଚ ମାତ୍ରାରେ ଭିଟାମିନ, ମିନେରାଲ୍ସ ଏବଂ ଓମେଗା-୩ ଫ୍ୟାଟି ଏସିଡ଼ ରହିଥାଏ, ଯାହା ଶିଶୁର ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ ଏବଂ ମସ୍ତିଷ୍କ ସଠିକ ବିକାଶ ହୋଇଥାଏ।

ପ୍ରଯ୍ୟାପ୍ତ କ୍ୟାଲୋରୀ ପ୍ରଦାନ କରିଥାଏ

ଗର୍ଭବତୀ ସମୟରେ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ୨୦୦-୩୦୦ କ୍ୟାଲୋରୀ ଆବଶ୍ୟକ ହୋଇଥାଏ। ଅଣ୍ଡାରେ ପାଖାପାଖି ୭୦ କ୍ୟାଲୋରୀ ରହିଥାଏ, ଯାହା ମା ଏବଂ ପିଲାର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।

 

ଉଚ୍ଚ ମାତ୍ରାରେ ପ୍ରୋଟିନ ଯୋଗାଇ ଥାଏ

ଅଣ୍ଡାରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ, ଯାହା ଗର୍ଭବତୀ ସମୟରେ ଉଭୟ ମା ଏବଂ ପିଲା ପାଇଁ ଲାଭକାରୀ ହୋଇଥାଏ। ଶିଶୁର ଶରୀରର ପ୍ରତ୍ୟେକ କୋଶିକା ପ୍ରୋଟିନରେ ତିଆରି ହୋଇଥାଏ। ଏହିକାରଣରୁ ଗର୍ଭବତୀ ସମୟରେ ସଠିକ ମାତ୍ରାରେ ଅଣ୍ଡା ଖାଇବା ଉଚିତ।

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ

ଯେଉଁ ମହିଳାମାନଙ୍କର କୋଲେଷ୍ଟ୍ରଲ ସ୍ତର ସାମାନ୍ୟ ହୋଇଥାଏ ସେମାନେ ପ୍ରତ୍ୟେକ ଦିନ ୨ଟି ଅଣ୍ଡା ସେବନ କରିପାରିବେ। ଏହାଦ୍ୱାରା ଆପଣଙ୍କ ଡାଏଟ ସନ୍ତୁଳିତ ରହିଥାଏ। ଯଦି ଆପଣଙ୍କ କୋଲେଷ୍ଟ୍ରଲ ସ୍ତର ଅଧିକ ରହିଥାଏ ତେବେ ଅଣ୍ଡାର କେଶର ଖାଆନ୍ତୁ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button