ରାଜ୍ୟ

ନବରାତ୍ରୀ ସମୟରେ ଏପରି କରନ୍ତୁ ପୂଜା, ଦୂର ହେବ ସବୁ ସମସ୍ୟା

ହିନ୍ଦୁମାନଙ୍କ ପ୍ରମୁଖ ପର୍ବପର୍ବାଣି ମଧ୍ୟରୁ ଚୈତ୍ର ନବରାତ୍ରୀ ସ୍ୱତନ୍ତ୍ର। ଏଥିସହ ଏହି ଦିନ ହିନ୍ଦୁ ନବବର୍ଷ ମଧ୍ୟ ଆରମ୍ଭ ହୋଇଥାଏ। ନବରାତ୍ରୀ ସମୟରେ ମା ଦୁର୍ଗାଙ୍କ ସମସ୍ତ ନଅ ଟି ରୂପ ପୂଜାପାଇଥାଏ। ଏହି ୯ ଦିନ ଅତ୍ୟନ୍ତ ପବିତ୍ର। ଅନେକ ଲୋକ ଏହି ସମୟରେ ବ୍ରତ ମଧ୍ୟ ରଖିଥାନ୍ତି। କୁହାଯାଏ ଏହି ଦିନମାନଙ୍କରେ ଯଦି ଆପଣ ଏମିତି କିଛି ଉପାୟ ଆପଣାନ୍ତି ତେବେ ଆପଣଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଖାସ ଟିପ୍ସ।

-ନବରାତ୍ରୀ ସମୟରେ ପ୍ରାତଃ ସକାଳ ୪ ରୁ ୬ଟା ମଧ୍ୟରେ ସ୍ନାନସାରି ପୂଜାରେ ବସିବା ଉଚିତ। କାରଣ ଏହି ମୁହୁର୍ତ୍ତକୁ ବ୍ରାମଃ ମୁହୂର୍ତ୍ତ କୁହାଯାଏ। ଏହାପରେ ମା ଭୁବନେଶ୍ଵରୀ ଏବଂ ସୌଭାଗ୍ୟସୁନ୍ଦରୀଙ୍କର ପୂଜା କରନ୍ତୁ। ଏଥିସହ ପାନ ପତ୍ରର ମୂଳକୁ ଘସି ତିଳକ ରୂପେ ମଥାରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ବାଣୀରେ ମଧୁରତା ଆସିବା ସହ ସୁନ୍ଦରତାରେ ବୃଦ୍ଧି ପାଇଥାଏ।

-କୌଣସି ରୋଗରୁ ରକ୍ଷା ପାଇବା ପାଇଁ ନଡ଼ିଆକୁ ନିଜ ଉପରେ ୨୧ ଥର ବୁଲାଇବାପରେ ଅଗ୍ନିରେ ଅର୍ପଣ କରିଦିଅନ୍ତୁ।

-ଯଦି କୌଣସି ଜରୁରୀ କାମରେ ବାରମ୍ବାର ସମସ୍ୟା ଦେଖାଯାଇଥାଏ ତେବେ ନବରାତ୍ରୀରେ ପ୍ରତ୍ୟେକ ଦିନ ସକାଳେ ଶ୍ରୀରାମ ସ୍ତୋତ୍ର ପାଠ କରିବା ଲାଭକାରୀ ହୋଇଥାଏ।

-ଏହାବ୍ୟତୀତ ଧନ ଲାଭ ପାଇଁ ଅଷ୍ଟମୀ ଏବଂ ନବମୀ ଦିନ ସଫା ସ୍ଥାନରେ ଉତ୍ତର ଦିଗକୁ ମୁଁହ କରି ବସନ୍ତୁ ଏବଂ ନିଜ ସାମ୍ନାରେ ନାଲି ରଙ୍ଗର ଚାଉଳ ଉପରେ ଶ୍ରୀ ଯନ୍ତ୍ର ରଖନ୍ତୁ। ଏହାପରେ ଶ୍ରୀ ଯନ୍ତ୍ର ସାମ୍ନାରେ ୯ ଟି ଦୀପ ଲଗାଇ ପୂଜା କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button