ଯାଜପୁର(IBN ଓଡିଶା ବ୍ୟୁରୋ):-ସରକାରୀ କର୍ମଚାରୀ ଙ୍କୁ ଏବେ ଲାଞ୍ଚ ନିଶା ଘାରିଛି।ଦରମା ଯାହା ମିଳୁଛି ସେତିକିରେ କେହି ଆଉ ସନ୍ତୁଷ୍ଟ ନୁହଁନ୍ତି।ଜନସାଧାରଣ ବା ହିତାଧିକାରୀଙ୍କ ର ସରକାରୀ ଅଫିସରେ ଯେକୌଣସି କାର୍ଯ୍ୟ ପଡିଲେ ଲାଞ୍ଚ ଅଥବା ପକେଟ ଗୁଂଜା ନଦେଲେ ତାହା ବର୍ଷ ବର୍ଷ ପଡି ରହୁଛି।ଯାହା ଫଳରେ ଅନେକ ସମୟରେ ଲୋକେ ଲାଞ୍ଚ ଦେଇ ନିଜର କାର୍ଯ୍ୟ କୁ କରିଥାନ୍ତି ସତ ହେଲେ ମୁଁହ ଖୋଲି କାହାକୁ କୁହନ୍ତି ନାହିଁ।କାରଣ ବେଳେବେଳେ ସେମାନେ ସତ୍ୟତାକୁ ଲୋକଲୋଚନ କୁ ଆଣି ଅଫିସରଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି।ତେଣୁ ଚୁପ ରହିବା ଭାବି ଅନେକ ମଧ୍ୟ ଲାଞ୍ଚ ଦେଇ ନିଜର କାର୍ଯ୍ୟକୁ ହାସଲ କରିଥାନ୍ତି।
ଯାଜପୁର ଜିଲ୍ଲାର ଅନେକ ତହସିଲ, ବ୍ଲକ,ଥାନା ମାନଙ୍କରେ ଲାଞ୍ଚ ନଦେଲେ କାର୍ଯ୍ୟ ହେଉନାହିଁ।ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ସମାନ ସ୍ଥିତି।ନିକଟ ଅତୀତରେ ଜଣେ ଜିଆରେଶ ଏବଂ ଜଣେ ଏସଆଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିବା ବେଳେ ଗତକାଲି ଯାଜପୁର ଜିଲ୍ଲାପାଳ ଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।
ସୂଚନା ଥାଉକି ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ଅନୁକମ୍ପା ରାଶି ଆସିଥିଲା। ତେବେ ଏହାକୁ ପାସ କରାଇବା ପାଇଁ କିରାଣୀ ୨୫ ହଜାର ଦାବି କରିଥିଲେ। ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଗତକାଲି ୧୦ ହଜାର ଟଙ୍କା ନେବାର ଥିଲା।ହେଲେ ପୂର୍ବ ଯୋଜନା ମୁତାବକ କଟକ ଭିଜିଲାନ୍ସ ଟିମ ଆଜି ବକେୟା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସି ଲାଞ୍ଚ ଟଙ୍କା କୁ ଜବତ କରିଥିଲେ।ଏଥି ସହିତ ଏକା ସାଙ୍ଗରେ କିରାଣୀ ସୁବ୍ରତ କାନୁନଗୋ ଙ୍କର ଦୁଇଟି ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ ଟିମ ଅଧିକ ଖୋଲତାଡ଼ କରୁଛି।ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ରେ ମାମଲା ନମ୍ବର ୪୦/୨୬-୧୨-୨୦୨୩,ୟୁ ଏସ ୭ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮ ଅଭିଯୁକ୍ତ ଶ୍ରୀ କାନୁନଗୋ ବିରୁଦ୍ଧରେ ରୁଜ୍ଜୁ ହୋଇଥିବା ବେଳେ ଭିଜିଲାନ୍ସ ଟିମ ଅଧିକ ତଦନ୍ତ ଜାରି ରଖିଛି ।