ରାଜ୍ୟ

ବୋରୱେଲ୍‌ରୁ ଜୀବିତ ଉଦ୍ଧାର ହେଲା ଶିଶୁକନ୍ୟା : ଆଶ୍ୱସ୍ତ ହେଲେ ମୁଖ୍ୟମନ୍ତ୍ରୀ, ଉଦ୍ଧାରକାରୀ ଦଳକୁ ଜଣାଇଲେ ଧନ୍ୟବାଦ – Ibnodisha

[ad_1]

ଭୁବନେଶ୍ୱର : ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲରିପାଲି ଜଙ୍ଗଲରେ ପରିତ୍ୟକ୍ତ ନଳକୂପରୁ ପଡିଥିବା ନବଜାତ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍‌ଟିମ୍‌ର କର୍ମଚାରୀଙ୍କ ପ୍ରାୟ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତକୁ ପ୍ରାୟ ୨୫ ଫୁଟ୍ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି । ଏହା ପରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ମେଡିକାଲ ଟିମ୍‌ର ନେତୃତ୍ୱରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଛି । ତେବେ ଶିଶୁଟି ଜୀବନ୍ତ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍ୱସ୍ତ ହୋଇଛନ୍ତି । ଶିଶୁଟିର ନିରାପଦ ଉଦ୍ଧାର କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଶିଶୁଟିର ଦୀର୍ଘ ଜୀବନ କାମନା କରିଛନ୍ତି । ଭଗବାନ ଶିଶୁଟିକୁ ଆଶୀର୍ବାଦ କରନ୍ତୁ ବୋଲି କହିବା ସହ ଉଦ୍ଧାର କାମ କରୁଥିବା ଓଡ୍ରାଫ, ଅଗ୍ନିଶମ, ଅନ୍ୟାନ୍ୟ ଉଦ୍ଧାରକାରୀ ଦଳର ସଦସ୍ୟ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ଶିଶୁଟିର ଉଦ୍ଧାର ପାଇଁ ଓଡ୍ରାଫ, ଅଗ୍ନିଶମ ସେବା , ପ୍ରଶାସନ, ପୁଲିସ, ଡାକ୍ତରୀ ଦଳଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସମନ୍ୱିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି, ‘ମୁଁ ଖୁସି ଯେ ଆମେ’ ପ୍ରତ୍ୟେକ ଜୀବନ ମୂଲ୍ୟବାନ ‘ମାର୍ଗଦର୍ଶିକା ସହିତ କାର୍ଯ୍ୟ କରୁଛି । ଶିଶୁଟିର ଉଦ୍ଧାର ପାଇଁ ଭିକ୍ଟିମ ଲୋକେସନ କ୍ୟାମେରା ମଧ୍ୟ ରାଜ୍ୟ ସରକାର ଉଡ଼ାଜାହାଜରେ ପଠାଇଥିଲେ । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଏହି ଭିକ୍ଟିମ ଲୋକେସନ କ୍ୟାମେରା ଝାରସୁଗୁଡା ବିମାନ ବନ୍ଦରାର ପହଞ୍ଚିବା ପରେ ସମ୍ବଲପୁର ଯାଇ ଉଦ୍ଧାର କାମରେ ଲାଗିଥିଲା । ଆଉ ଶେଷରେ ଶିଶୁଟି ଜୀବନ୍ତ ଉଦ୍ଧାର କରାଯାଇଛି । ଏହା ପରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ମେଡିକାଲ ଟିମ୍‌ର ନେତୃତ୍ୱରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଛି । ସେଠାରେ ଶିଶୁଟିର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button