ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଗ୍ରାଣ୍ଡ ଫାଇନାଲ୍; ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ବିଶ୍ୱସ୍ତ ସାଥୀ’କୁ ପ୍ରଥମ ପୁରସ୍କାର – Ibnodisha

[ad_1]
– ୮ ରାଜ୍ୟରୁ ୭ ଭାଷାର ୨୪୭ ଚଳଚ୍ଚିତ୍ର ସାମିଲ
– ସଡ଼କ ସୁରକ୍ଷା ସଚେତନତା ଏବେ ଲୋକ ଆନ୍ଦୋଳନରେ ପରିଣତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚଳଚ୍ଚିତ୍ର ଆମକୁ ଅନେକ ସମୟରେ ଅଣଦେଖା କରୁଥିବା ବିଷୟଗୁଡ଼ିକ ସହିତ ସଂଯୋଗ କରଥାଏ । ଏହାଦ୍ୱାରା ନୂଆ ଭାବନା ସୃଷ୍ଟି ହେବା ସହ ଆମେ ଅଧିକ ସହାନୁଭୂତିଶୀଳ ହୋଇଥାଉ । ସଡ଼କ ସୁରକ୍ଷା ସଚେତନତା ଏବେ ଲୋକ ଆନ୍ଦୋଳନରେ ପରିଣତ ହେକାକୁ ଯାଉଛି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଗ୍ରାଣ୍ଡ ଫାଇନାଲ୍ ଆୟୋଜିତ ହୋଇଛି । ଏହି ମହୋତ୍ସବରେ ଦେଶର ୮ ରାଜ୍ୟରୁ ୭ଟି ଭାଷାରେ ୨୪୭ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ମନୋନୀତ ହୋଇଛନ୍ତି । ଓଡ଼ିଶା ବ୍ୟତୀତ ପଞ୍ଜାବ, ମହାରାଷ୍ଟ୍ର, କେରଳ, ଆସାମ, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ବହୁ କ୍ଷୁଦ୍ର ଚଳଚିତ୍ର ଆସିଛି । ନେପାଳ, ବାଂଲାଦେଶ ଓ କେନିଆର ଭଳି ବିଦେଶୀ ଛାତ୍ରମାନେ ବି ଉତ୍ସବ ପାଇଁ ଚଳଚ୍ଚିତ୍ର ନିର୍ମାଣ କରି ପଠାଇଛନ୍ତି । ଏଥିରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ବିଶ୍ୱସ୍ତ ସାଥୀ’ ପ୍ରଥମ ପୁରସ୍କାର ପାଇଥିବାବେଳେ କେରଳର ଚଳଚିତ୍ର ଦ୍ୱିତୀୟ ସ୍ଥାନ ପାଇଛି ।
ଉକ୍ତ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସଡ଼କ ସୁରକ୍ଷା ଆମ ସରକାର ପାଇଁ ଏକ ଉଚ୍ଚ ପ୍ରାଥମିକ କ୍ଷେତ୍ର । ଏହି ପ୍ରୟାସକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି । ଆୟୋଜିତ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ହେଉଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଦ୍ୱିତୀୟ ସଂସ୍କରଣ । ଗତ ବର୍ଷ କ୍ଷୁଦ୍ର ଚଳଚ୍ଚିତ୍ର ଜରିଆରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଉତ୍ସବ ଶୁଭାରମ୍ଭ ହୋଇଥିଲା । ସଡ଼କ ସୁରକ୍ଷା ଅତ୍ୟନ୍ତ ଜରୁରୀ । ଏଥିଯୋଗୁଁ ଆମେ ନିଜକୁ ସୁରକ୍ଷିତ ରଖିବା ସହ ଆମ ସଡ଼କକୁ ସୁରକ୍ଷିତ ରଖିପାରିବୁ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସଡ଼କ ସୁରକ୍ଷା ଉପରେ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ବର୍ତ୍ତମାନର ସମୟର ଅନ୍ୟତମ ବଡ଼ ଆହ୍ୱାନ । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମାଜକୁ ସାମିଲ କରିବା ନିମନ୍ତେ ଏହା ଏକ ଉପଯୁକ୍ତ ମାଧ୍ୟମ । ମହୋତ୍ସବରେ ୨୪୭ ଚଳଚ୍ଚିତ୍ରର ଅତ୍ୟଧିକ ପ୍ରବେଶ ବିଷୟ ଉତ୍ସାହଜନକ ।
୨୪୭ କ୍ଷୁଦ୍ର ଚଳଚିତ୍ର ମଧ୍ୟରୁ ଶ୍ରେଷ୍ଠ ୪୨ଟି ଚଳଚିତ୍ର ବ୍ରହ୍ମପୁର, ସମ୍ବଲପୁର ଓ ଅନଗୁୂଳରେ ପ୍ରଦର୍ଶିତ ହୋଇଛି । ପ୍ରାୟ ୫ ହଜାର ଲୋକ ତାହାକୁ ଦେଖିଛନ୍ତି । ଓଡ଼ିଆ ଭାଷା ସହ ସାନ୍ତାଳୀ, ସମ୍ବଲପୁରୀ ଭାଷାରେ ବି ଚଳଚିତ୍ର ଆସିଛି । ଏହାର ପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡ଼ିବ । ଚଳଚ୍ଚିତ୍ର ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା ପ୍ରସାର କରିଥିବାରୁ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଚଳଚ୍ଚିତ୍ରଗୁଡ଼ିକ ସାରା ରାଜ୍ୟରେ ପ୍ରଦର୍ଶିତ ହେବ । ସଡ଼କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି ସେ ଆଶା କରିଥିଲେ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସ୍ମୃତି ଟୁକୁନି ସାହୁ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।
[ad_2]


