IBN ଓଡ଼ିଶା ବ୍ୟୁରୋ

ପିଲାଙ୍କୁ ଜୋର ଜବରଦସ୍ତ ଖୁଆଉଛନ୍ତି କି! ଉପୁଜିପାରେ ଏସବୁ ଗମ୍ଭୀର ସମସ୍ୟା

ପିଲାଙ୍କୁ ପୋଷଣ ଯୋଗାଇବା ପାଇଁ ପ୍ରାୟତଃ ବାପା ମା’ ସେମାନଙ୍କୁ ଜବରଦସ୍ତି ଖୁଆଇଥାନ୍ତି। ଛୋଟ ଥିବା ବେଳେ ପିଲା କେତେ ପରିମାଣର ଖାଦ୍ୟ ଖାଇବ ତାହାର ନିଷ୍ପତ୍ତି ଅଭିଭାବକ ହିଁ ନେଇଥାନ୍ତି। ଛୁଆ ଛୋଟ ଥିବାରୁ ନିଜେ ହାତରେ ଖାଇପାରେ ନାହିଁ ଫଳରେ ତାକୁ ଯେତେବେଳେ ଯିଏ ଯାହା ଖାଇବାକୁ ଦିଏ ସେମାନେ ଖାଇଦେଇଥାନ୍ତି। ଆପଣ ବି ଯଦି ଏଭଳି ଛୁଆଙ୍କ ଜବରଦସ୍ତି ଖୁଆଉଛନ୍ତି ତେବେ ଏହା ପିଲା ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ପିଲାର ଅନିଚ୍ଛା ସତ୍ତ୍ୱେ ଜବରଦସ୍ତି ଖୁଆଇବା ଦ୍ୱାରା କି କି କ୍ଷତି ହୋଇଥାଏ, ଆସନ୍ତୁ ଜାଣିବା…

When Your Baby's Not Eating Well, Feeding Therapy Can Help

-ଜବରଦସ୍ତି ଖୁଆଇବା ଦ୍ୱାରା ଛୁଆ ଖାଦ୍ୟକୁ ପାଟିକୁ ବାହାର କରେ କିମ୍ବା ବାନ୍ତି କରିଦେଇଥାଏ।

-ବେଳେବେଳେ ମାତାପିତା ଭୋକ ନ ଲାଗୁଥିଲେ ବି ଛୁଆଙ୍କୁ ଖୁଆଇଥାନ୍ତି। ଏହା ଦ୍ୱାରା ସେମାନଙ୍କ ଭୋଗ ମରିଯାଏ।

-ଜୋର ଜବରଦସ୍ତ ଖୁଆଇବା ଦ୍ୱାରା ଛୁଆର ଖାଦ୍ୟ ପ୍ରତି ନକରାତ୍ମକ ଭାବନା ସୃଷ୍ଟି ହୁଏ।

How to handle a fussy eater child - Being Happy Mom

-ପିଲାବେଳେ ଛୁଆଙ୍କୁ ଯେଉଁ ଖାଦ୍ୟ ଜବରଦସ୍ତି ଦିଆଯାଏ ବଡ଼ ହେବା ପରେ ସେ ତାହାକୁ ଖାଇବାକୁ ପସନ୍ଦ କରିନଥାନ୍ତି। ଫଳରେ ଶରୀରରେ ପୋଷଣର ଅଭାବ ପରିଲକ୍ଷିତ ହୋଇଥାଏ।

-ଏଣୁ ଅମଙ୍ଗ ହେଉଥିଲେ ଛୁଆକୁ ଜବରଦସ୍ତି ଖୁଆନ୍ତୁ ନାହିଁ। ଏହା ଦ୍ୱାରା ଛୁଆ ଖାଇବା ଦେଖିଲେ ବିରକ୍ତି ଭାବ ପ୍ରକାଶ କରିପାରେ।

-ଏଣୁ ଛୁଆ ଯେତିକି ଚାହୁଁଛି ତାକୁ ସେତିକି ଖୁଆନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button