ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ – Ibnodisha

[ad_1]

young man dead, forest depat worker attacked thinking that he is a hunter

ଭୁବନେଶ୍ୱର: ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ କଣ୍ଟେନର ଓ ତେଲ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିବା ଯୋଗୁଁ ଘଟଣା ସ୍ଥଳରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘାଟି ରାସ୍ତାର ପ୍ରଥମ ବାଙ୍କ ନିକଟରେ ଉଭୟ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

ଫଳରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଚାଳକ ଜଣକ ବାହାରି ନପାରିବାରୁ ଘଟଣା ସ୍ଥଳରେ ହିଁ ଜଳି ଯାଇଥିଲେ । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥାନରେ ପହଁଚି ବାଙ୍ଗିରିପୋଷି ଓ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିବା ସହ ପୁଲିସ ତରଫରୁ ସ୍ୱଭାବିକ ଗାଡି ଚଳାଚଳ ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ଅନ୍ୟପକ୍ଷେ ଟ୍ୟାଙ୍କର ଚାଳକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।

The post ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button