ଅପରାଧ

ପୁଅକୁ ଟାଙ୍ଗିଆରେ ହାଣିଦେଲା ବାପା – Ibnodisha

[ad_1]

କାମାକ୍ଷାନଗର: କାମାକ୍ଷାନଗର ଥାନା ଗୁଣ୍ଡିଚାନାଳୀ ଗାଁ ତାସିରିସାହିରେ ଘଟିଛି ଅଘଟଣ । ଶୋଇଥିବା ବେଳେ ପୁଅକୁ ଟାଙ୍ଗିଆରେ ହାଣିଦେଇଛି ବାପା । ଗୁରୁତର ଅବସ୍ଥାରେ ପୁଅ କୋଇଲା ମୁର୍ମୁଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ବାପା ଆକାଲ ମୁର୍ମୁ ପୁଅ କୋଇଲାଙ୍କୁ ହାଣି ଦେଇଥିବା ସୂଚନା ମିଳିଛି । ହାଣିବା ପରେ ବାପା ଆକାଲ ଫେରାର ହୋଇଯାଇଛି । ଗତ କିଛି ବର୍ଷ ଧରି ଆକାଲ ମୁର୍ମୁଙ୍କ ପରିବାର ଗୁଣ୍ଡିଚାନାଳୀ ଅଞ୍ଚଳରେ ରହି ଜଙ୍ଗଲରୁ ପତ୍ର ସଂଗ୍ରହ କରିବା ସହ ଦିନ ମଜୁରିଆ କାର୍ଯ୍ୟ କରି ଆସୁଥିଲେ ।

କୋଇଲାକୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ କାମାକ୍ଷାନଗର ପୁଲିସ ଘଟଣା ସ୍ଥଳକୁ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ କୋଇଲାର ନିଜ ଘର ଯାଜପୁର ଜିଲ୍ଲା ଟାଟାମାଇନ୍ସ ଅଞ୍ଚଳରେ ହୋଇଥିବା ବେଳେ ସେ ଗୁଣ୍ଡିଚାନାଳୀ ଗାଁରେ କେନ୍ଦୁପତ୍ର ତୋଳାଳୀ ଭାବେ କାମ କରୁଥିଲେ ।

The post ପୁଅକୁ ଟାଙ୍ଗିଆରେ ହାଣିଦେଲା ବାପା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button