ରାଜ୍ୟ

ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ – Ibnodisha

[ad_1]

ବାରଙ୍ଗ: ବାରଙ୍ଗ ଜୟପୁର ନିକଟ କୁଆଖାଇ ରେଳବ୍ରିଜ ଉପରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଯୁବକର କୌଣସି ପରିଚୟ ମିଳିପାରିନାହିଁ । ଖବର ପାଇ ବାରଙ୍ଗ ଜିଆରପି ଫାଣ୍ଡି ପୁଲିସ ଶବ ଜବତ କରିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଛେଦ ନିମନ୍ତେ କଟକ ବଡଡାକ୍ତରଖାନା ପଠାଯାଇଥିବା ସୂଚନା ମିଳିଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି । ମିଳିଥିବା ପୁଲିସ ସୂଚନା ଅନୁଯାୟୀ ବୁଧବାର ଭୋର ସମୟରେ ଏକ ମାଲ ଗାଡି ବାରଙ୍ଗରୁ କଟକ ଅଭିମୁଖେ ଯାଉଥିବାବେଳେ ଜୟପୁର ଗ୍ରାମ ନିକଟ କୁଆଖାଇ ରେଳ ବ୍ରିଜ୍‌ର ୪୧୪/୨୮ ଖୁମ୍ଭଠାରେ ଗାଡି ସାମ୍ନାରେ ଛିଡ଼ା ହୋଇଥିବା ଜଣେ ଯୁବକଙ୍କୁ ଦେଖି ଡ୍ରାଇଭର ହର୍ଣ୍ଣ ବଜାଇଥିଲେ । ବ୍ରେକ୍ ମଧ୍ୟ ଲଗାଇଥିଲେ । କିନ୍ତୁ ହଠାତ ଟ୍ରେନ ରହିବା ସମ୍ଭବ ହୋଇନଥିଲା । ଫଳରେ ଟ୍ରେନ୍ ଧକ୍କା ମାରି ଚାଲିଯାଇଥିଲା । ଡ୍ରାଇଭର ଏ ସଂକ୍ରାନ୍ତରେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button