ଟି-୨୦ ର୍ୟାଙ୍କିଙ୍ଗ୍: ଦ୍ୱିତୀୟକୁ ଉଠିଲେ ସଲ୍ଟ; ଶୀର୍ଷରେ ସୂର୍ଯ୍ୟକୁମାର କାଏମ୍ – Ibnodisha

[ad_1]
ଦୁବାଇ: ବୁଧବାର ଆଇସିସି ଦ୍ୱାରା ଜାରୀ ଟି-୨୦ ର୍ୟାଙ୍କିଙ୍ଗ୍ର ଇଂଲିଶ ବ୍ୟାଟର୍ ଫିଲ୍ ସଲ୍ଟଙ୍କୁ ଜୋରଦାର ଲାଭ ହୋଇଛି । ସଲ୍ଟ କ୍ୟାରିୟର୍ର ସର୍ବଶ୍ରେଷ୍ଟ ରେଟିଂ ପଏଣ୍ଟ୍ ୮୦୨ ସହ ୧୮ ସ୍ଥାନର ଲମ୍ଫ ପ୍ରଦାନ କରି ବ୍ୟାଟିଂ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଭାରତର ସୂର୍ଯ୍ୟକୁମାର ଯାଦବ ପୂର୍ବପରି ଶୀର୍ଷରେ କାଏମ୍ ରହିଛନ୍ତି । ତୃତୀୟରେ ପାକିସ୍ତାନ ୱିକେଟ୍କିପର୍ ବ୍ୟାଟର୍ ମହମ୍ମଦ ରିଜ୍ୱାନ୍ ରହିଛନ୍ତି । ସଦ୍ୟ ପ୍ରକାଶିତ ର୍ୟାଙ୍କର ଶୀର୍ଷ-୫ରୁ ଦୁଇଟି ସ୍ଥାନରେ ପାକିସ୍ତାନୀ ଖେଳାଳିଙ୍କ କବ୍ଜା ରହିଛି । ତୃତୀୟରେ ରିଜ୍ୱାନ୍ ଏବଂ ପଞ୍ଚମ ସ୍ଥାନରେ ପୂର୍ବତନ କ୍ୟାପ୍ଟେନ୍ ବାବର ଆଜମ୍ ରହିଛନ୍ତି । ଇଂଲଣ୍ଡ ଓପ୍ନର୍ ସଲ୍ଟଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ରୁ ର୍ୟାଙ୍କିଙ୍ଗ୍ରେ ଲାଭ ମିଳିଛି । ଏହି ସିରିଜ୍ରେ ଇଂଲଣ୍ଡ ୨-୩ରେ ପରାଜିତ ହୋଇଥିଲେ ମଧ୍ୟ ପାଞ୍ଚଟି ମ୍ୟାଚ୍ରେ ମୋଟ୍ ୩୩୧ ରନ୍ କରିଥିବା ସଲ୍ଟ ପ୍ଲେୟର୍ ଅଫ୍ ଦ ସିରିଜ୍ ହୋଇଥିଲେ । ସେ ଚତୁର୍ଥ ମ୍ୟାଚ୍ରେ ୧୧୯ ରନ୍ର ଇନିଂସ୍ ଖେଳିଥିଲେ ।
ବୋଲିଂ ର୍ୟାଙ୍କିଙ୍ଗ୍ରେ ଇଂଲଣ୍ଡ ସ୍ପିନର୍ ଆଦିଲ୍ ରଶିଦ୍ ଶୀର୍ଷରେ ରହିଛନ୍ତି । ର୍ୟାଙ୍କିଙ୍ଗ୍ର ଟପ୍-୧୦ରେ କେବଳ ଜଣେ ବୋଲର୍ ରବି ବିଷ୍ଣୋଇ ଅଛନ୍ତି । ୬୮୫ ରେଟିଂ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଅଲ୍ରାଉଣ୍ଡ୍ର ର୍ୟାଙ୍କିଙ୍ଗ୍ ଶୀର୍ଷରେ ବାଂଲାଦେଶର ସାକିବ୍ ଅଲ୍ ହସନ୍ ବଜାୟ ରହିଛନ୍ତି । ସେହିପରି ବୁଧବାର ଜାରୀ ଦିନିକିଆ ର୍ୟାଙ୍କିଙ୍ଗ୍ରେ ବାବର ଆଜମ୍ ବ୍ୟାଟିଂ ତାଲିକା ଶୀର୍ଷରେ କାଏମ୍ ରହିଛନ୍ତି । ଟିମ୍ ଇଣ୍ଡିଆ ଓପ୍ନର୍ ଶୁବମନ ଗିଲ୍ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ବୋଲିଂ ର୍ୟାଙ୍କିଙ୍ଗ୍ରେ ସାଉଥ୍ ଆଫ୍ରିକା ସ୍ପିନର୍ କେଶବ ମହାରାଜ ଶୀର୍ଷରେ ଅଛନ୍ତି । ଭାରତୀୟ ଫାଷ୍ଟ୍ ବୋଲର୍ ମହମ୍ମଦ ସିରାଜ୍ ତୃତୀୟ ସ୍ଥାନରେ ରହିଛନ୍ତି । ଟି-୨୦ ପରି ଏହି ଫର୍ମାଟ୍ର ଅଲ୍ରାଉଣ୍ଡର୍ ତାଲିକା ଶୀର୍ଷରେ ସାକିବ୍ ଅଲ୍ ହସନ୍ ରହିଛନ୍ତି । ଅନ୍ୟପକ୍ଷରେ ଟେଷ୍ଟ୍ ର୍ୟାଙ୍କିଙ୍ଗ୍ରେ ଭାରତୀୟ ଅଫ୍ ସ୍ପିନର୍ ଆର୍ ଅଶ୍ୱିନ ବୋଲିଂ ତାଲିକାର ନମ୍ବର-୧ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର୍ କେନ୍ ୱିଲିଅମ୍ସନ୍ ବ୍ୟାଟିଂ ତାଲିକା ଶୀର୍ଷରେ ଥିବାବେଳେ ରବୀନ୍ଦ୍ର ଜାଜେଡ଼ା ଏକ ନମ୍ବର ଅଲ୍ରାଉଣ୍ଡର ହୋଇଛନ୍ତି ।
[ad_2]