ଖେଳ

ଐତିହାସିକ ହେବ ରାଜକୋଟ୍ ଟେଷ୍ଟ୍‌; ଅଶ୍ୱିନ ଓ ଆଣ୍ଡ୍‌ରସନ୍‌ଙ୍କ ଉପରେ ନଜର – Ibnodisha

[ad_1]

ରାଜକୋଟ: ରାଜକୋଟରେ ଗୁରୁବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ । ଏହି ଟେଷ୍ଟ୍ ଇଂଲଣ୍ଡ କ୍ୟାପ୍‌ଟେନ୍ ବେନ୍ ଷ୍ଟୋକ୍ସ ଏବଂ ଅନୁଭବୀ ପେସର୍ ଜେମ୍ସ ଆଣ୍ଡରସନ୍‌ଙ୍କ ପାଇଁ ବିଶେଷ ଖାସ୍ ହୋଇପାରେ । ସେହିପରି ଏହି ଟେଷ୍ଟ୍ ମ୍ୟାଚ୍‌ରେ ଏକ ବଡ଼ ରେକର୍ଡ ନିଜ ନାମରେ କରିବା ପାଇଁ ଭାରତୀୟ ଷ୍ଟାର୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍‌ଙ୍କ ପାଇଁ ଏକ ସୁଯୋଗ ମଧ୍ୟ ହେବ । ଇଂଲଣ୍ଡ କ୍ୟାପ୍‌ଟେନ୍ ଷ୍ଟୋକ୍ସଙ୍କର ଏହା ୧୦୦ତମ ଟେଷ୍ଟ୍ ମ୍ୟାଚ୍ ହେବ ।

ଆସନ୍ତାକାଲି ସେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଏକ ବଡ଼ ଉପଲବ୍ଧି ହାସଲ କରିବେ । ୧୦୦ତମ ଟେଷ୍ଟ୍ ଖେଳିବାରେ ଷ୍ଟୋକ୍ସ ଇଂଲଣ୍ଡର ୧୬ଶ ଖେଳାଳି ହୋଇଯିବେ । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ୍ ପକ୍ଷରୁ ସର୍ବାଧିକ ୧୮୪ ଟେଷ୍ଟ୍ ମ୍ୟାଚ୍ ଖେଳିବା ରେକର୍ଡ ଜେମ୍ସ ଆଣ୍ଡରସନ୍ ନାମରେ ରହିଛି । ଫାଷ୍ଟ୍ ବୋଲିଂ ଅଲ୍‌ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ବର୍ତ୍ତମାନ ସୁଦ୍ଧା ୯୯ ଟେଷ୍ଟ୍ ମ୍ୟାଚ୍ର ୧୪୬ ଇନିଂସ୍‌ରେ ୧୯୭ ୱିକେଟ୍ ହାସଲ କରିଛନ୍ତି । ଆଗାମୀ ଟେଷ୍ଟ୍‌ରେ ଯଦି ସେ ତିନିଟି ୱିକେଟ୍ ହାସଲ କରନ୍ତି, ତେବେ ସେ ଆଉ ଏକ ରେକର୍ଡ କରିବେ । ୨୦୦ ଟେଷ୍ଟ୍ ୱିକେଟ୍ ହାସଲ କରିବାରେ ସେ ଇଂଲଣ୍ଡର ୧୭ଶ ଖେଳାଳି ହେବେ । ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୬୯୫ ଟେଷ୍ଟ୍ ୱିକେଟ୍‌ର ରେକର୍ଡ ଆଣ୍ଡରସନ୍‌ଙ୍କ ନାମରେ ରହିଛି ।

୪୧ ବର୍ଷୀୟ ଅନୁଭବୀ ଫାଷ୍ଟ୍ ବୋଲର୍ ଆଣ୍ଡରସନ୍ ଇଂଲଣ୍ଡ ପକ୍ଷରୁ ୧୮୪ ମ୍ୟାଚ୍‌ରେ ସର୍ବାଧିକ ୬୯୫ ୱିକେଟ୍ ହାସଲ କରିଛନ୍ତି । ଏହା ସହିତ ସେ ବିଶ୍ୱର ସର୍ବାଧିକ ଟେଷ୍ଟ୍ ୱିକେଟ୍ ହାସଲକାରୀ ଫାଷ୍ଟ୍ ବୋଲର୍ ମଧ୍ୟ । ରାଜକୋଟ୍ ଟେଷ୍ଟ୍‌ରେ ଆଉ ୫ଟି ୱିକେଟ୍ ହାସଲ କଲେ ସେ ଟେଷ୍ଟ୍ କ୍ୟାରିୟର୍‌ରେ ନିଜର ୭୦୦ ୱିକେଟ୍ ପୂରଣ କରିବେ । ଏହା ସହିତ ଟେଷ୍ଟ କ୍ରିକେଟ୍‌ରେ ତୃତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ହେବେ । ସୂଚନାଯୋଗ୍ୟ, ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ୮୦୦ ୱିକେଟ୍ ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥେୟା ମୁରଲିଧରନ୍‌ଙ୍କ ନାମରେ ରହିଛି ।

ସେହିପରି ଏହି ଟେଷ୍ଟ୍‌ରେ ୩୭ ବର୍ଷୀୟ ଷ୍ଟାର୍ ସ୍ପିନର୍ ଅଶ୍ୱିନ ନିଜ ନାମରେ ଏକ ବଡ଼ ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି । ବର୍ତ୍ତମାନ ସୁଦ୍ଧା ଅଶ୍ୱିନ ୯୭ ଟେଷ୍ଟ୍ ମ୍ୟାଚ୍‌ର ୧୮୩ ଇନିଂସ୍‌ରେ ୪୯୯ ୱିକେଟ୍ ଅକ୍ତିଆର କରିଛନ୍ତି । ଯଦି ସେ ଆଉ ଗୋଟିଏ ୱିକେଟ୍ ନିଅନ୍ତି, ତେବେ ସେ ୫୦୦ ୱିକେଟ୍ ହାସଲକାରୀ ଦ୍ୱିତୀୟ ଭାରତୀୟ ବୋଲର୍ ହେବେ । ଏହା ପୂର୍ବରୁ ଟେଷ୍ଟ୍ କ୍ରିକେଟ୍‌ରେ ୫୦୦ ୱିକେଟ୍ ନେବାର ରେକର୍ଡ ଅନୀଲ କୁମ୍ବଲେଙ୍କ ନାମରେ ରହିଛି । ସେ ମୋଟ ୬୧୯ ୱିକେଟ୍ ହାସଲ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button