ଖେଳ

ତୃତୀୟ ଅନ୍‌ଅଫିସିଆଲ୍ ଟେଷ୍ଟ୍‌: ଲାୟନ୍ସ ୧୯୯ ରନ୍‌ରେ ସୀମିତ; ଭାରତ-ଏ’ ଦ୍ୱିତୀୟ ଇନିଂସ୍ ୧୪୬/୩ – Ibnodisha

[ad_1]

ଅହମ୍ମଦାବାଦ: ଏଠାରେ ଖେଳାଯାଉଥିବା ତୃତୀୟ ଅନ୍‌ଅଫିସିଆଲ୍ ଟେଷ୍ଟ୍‌ରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଭାରତ-ଏ’ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଟିମ୍ ଶୁକ୍ରବାର ଇଂଲଣ୍ଡ ଲାୟନ୍ସକୁ ୧୯୯ ରନ୍‌ରେ ଅଲ୍‌ଆଉଟ୍ କରିବା ସହିତ ଦିନର ଖେଳ ଶେଷ ବେଳକୁ ଦ୍ୱିତୀୟ ଇନିଂସ୍‌ରେ ୩ ୱିକେଟ୍ ବିନିମୟରେ ୧୪୮ ରନ୍ କରିଛି । ଫଳରେ ଆୟୋଜିତ ଟିମ୍ ୧୪୧ ରନ୍‌ରେ ଆଗୁଆ ହୋଇଛି । ଏହି ଚାରିଦିନିଆ ମ୍ୟାଚ୍‌ର ଦ୍ୱିତୀୟ ଦିନ ଷ୍ଟମ୍ପ୍ସ ବେଳକୁ ଭାରତୀୟ ବ୍ୟାଟର୍ ସାଇ ସୁଦର୍ଶନ ୫୪ ରନ୍‌ରେ ଅପରାଜିତ ଥିବାବେଳେ ଦିନର ଅନ୍ତିମ ବଲ୍‌ରେ ତିଳକ ବର୍ମା ୪୬ ରନ୍‌ରେ ଆଉଟ୍ ହେବା ସହ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି । ଦୁହେଁ ତୃତୀୟ ୱିକେଟ୍ ପାଇଁ ୮୮ ରନ୍‌ର ଭାଗୀଦାରି କରିଛନ୍ତି । ଲାୟନ୍ସ ପକ୍ଷରୁ ବାମହାତୀ ସ୍ପିନର୍ ଜେମ୍ସ ଲୋସେ୍ ୩ଟି ୱିକେଟ୍ ନେଇଛନ୍ତି ।

ପ୍ରଥମ ଦିନ ୧୯୨ ରନ୍‌ରେ ଅଲ୍‌ଆଉଟ୍ ହେବାପରେ ବୋଲର୍‌ମାନେ ଭାରତ-ଏ’ର ପ୍ରତ୍ୟାବର୍ତ୍ତନ କରାଇଥିଲେ । ଇଂଲିଶ୍ ଟିମ୍ ଆଜି ୯୮/୧ ସ୍କୋର୍‌ରୁ ଅସମାପ୍ତ ପ୍ରଥମ ଇନିଂସ୍‌ରେ ଆରମ୍ଭ କରି ସନ୍ଧ୍ୟା ବେଳକୁ ଅଲ୍‌ଆଉଟ୍ ହୋଇଯାଇଥିଲା । ଭ୍ରମଣକାରୀ ଟିମ୍ ୧୦୧ ରନ୍‌ରେ ଅନ୍ତିମ ୯ ୱିକେଟ୍ ହରାଇଥିଲା । ଏହା ମଧ୍ୟରୁ ଆକାଶ ଦୀପ (୪) ଓ ୟଶ୍ ଦୟାଲ୍‌(୩) ମିଳିତ ଭାବେ ୭ଟି ୱିକେଟ୍ ହାସଲ କରିଥିଲେ । ୟଶ୍ ଦୟାଲ୍ ପ୍ରଥମ ଦିନ ଅପରାଜିତ ଥିବା ଅଲିଭର୍ ପ୍ରାଇସ୍ (୩୧) ଏବଂ ଓପ୍ନର୍ ଆଲେକ୍ସ ଲିସ୍ (୬୪)ଙ୍କ ବଡ଼ ଇନିଂସ୍ ଖେଳିବାରୁ ରୋକିଥିଲେ । ଆକାଶ ଦୀପ କ୍ୟାପ୍‌ଟେନ୍ ଜୋଶ୍ ବୋହାନନ୍ (୧୦)ଙ୍କୁ ଆଉଟ୍ କରି ଟିମ୍‌ର ସ୍କୋର୍ ୪ ୱିକେଟ୍‌ରେ ୧୩୬ ରନ୍ କରିଥିଲେ । ଏହାପରେ ଇଂଲିଶ୍ ବ୍ୟାଟ୍ ଭାରତୀୟ ବୋଲର୍‌ଙ୍କ ସାମ୍ନା କରିପାରି ନଥିଲେ । ମୁମ୍ବାଇର ବାମହାତୀ ସ୍ପିନର୍ ଶମ୍ସ ମୁଲାନି ଏହା ମଧ୍ୟରେ ଦୁଇଟି ୱିକେଟ୍ ନେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button