ସ୍ୱିସ୍ ଓପନ୍: ସିନ୍ଧୁ, ସେନ୍ ବାଦ୍; କ୍ୱାର୍ଟର୍ରେ ଶ୍ରୀକାନ୍ତ ଓ ରଜାୱାତ୍ – Ibnodisha

[ad_1]
ନୂଆଦିଲ୍ଲୀ: ଡବଲ୍ ଅଲିମ୍ପିକ୍ ପଦକ ବିଜୟୀ ପିଭି ସିନ୍ଧୁ ଏବଂ ଭାରତର ଶୀର୍ଷ ପୁରୁଷ ଶଟ୍ଲର୍ ଲକ୍ଷ୍ୟ ସେନ୍ ପ୍ରତିକ୍ୱାର୍ଟର୍ ଫାଇନାଲ୍ରେ ହାରି ସ୍ୱିସ୍ ଓପନ୍ ସୁପର୍ ୩୦୦ ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ଶିପ୍ରୁ ବାଦ୍ ପଡ଼ିଛନ୍ତି । ଅନ୍ୟପକ୍ଷରେ ପ୍ରମୁଖ ଭାରତୀୟ ଶଟ୍ଲର୍ କିଦାମ୍ବି ଶ୍ରୀକାନ୍ତ, ପ୍ରିୟାଂଶୁ ରଜାୱତ୍ ଓ କିରନ୍ ଜର୍ଜ ନିଜ ନିଜର ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ ଜିତି କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ନିକଟରେ ଶେଷ ହୋଇଥିବା ଅଲ୍ ଇଂଲଣ୍ଡ ଚାମ୍ପିଅନ୍ଶିପ୍ର ଦ୍ୱିତୀୟ ରାଉଣ୍ଡ୍ରୁ ବିଦାୟ ନେଇଥିବା ସିନ୍ଧୁ ଜାପାନର ୧୭ ବର୍ଷୀୟା ଜୁନିୟର୍ ବିଶ୍ୱ ଚାମ୍ପିଅନ୍ ତୋମୋକା ମିୟାଜାକିଙ୍କ ଠାରୁ ୨୧-୧୬, ୧୯-୨୧, ୧୬-୨୧ରେ ପରାଜିତ ହୋଇଛନ୍ତି । ସେହିପରି ଲକ୍ଷ୍ୟ ସେନ୍ଙ୍କୁ ୩୮ ମିନିଟ୍ର ମ୍ୟାଚ୍ରେ ଚୀନା ତାଇପେଇର ଲି ଚିଆ ହାଓ ୨୧-୭, ୨୧-୧୫ରେ ପରାଜିତ କରିଛନ୍ତି । ଶ୍ରୀକାନ୍ତ ଟପ୍ ସିଡ୍ ମାଲେସିଆର ଲି ଜି ଜିଆଙ୍କୁ ୨୧-୧୬, ୨୧-୧୫ ସିଧା ଗେମ୍ରେ ହରାଇ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ରଜାୱତ୍ ଚୀନ୍ର ଲେଇ ଲ ସି’ଙ୍କୁ ୨୧-୧୪, ୨୧-୧୩ରେ ହରାଇ ଅନ୍ତିମ ୮ ସ୍ଥାନ ପକ୍କା କରିଛନ୍ତି । ସେହିପରି ଫ୍ରେଞ୍ଚ୍ ଶଟ୍ଲର୍ ଆଲେକ୍ସଙ୍କ ବିପକ୍ଷ ସଂଘର୍ଷପୂର୍ଣ୍ଣ ୭୧ ମିନିଟ୍ର ମ୍ୟାଚ୍ରେ କିରନ୍ ଜର୍ଜ ୧୮-୨୧, ୨୨-୧୦, ୨୧-୧୮ରେ ବିଜୟୀ ହୋଇଛନ୍ତି । ପରବର୍ତ୍ତୀ ମ୍ୟାଚ୍ରେ ଶ୍ରୀକାନ୍ତ ଚୀନା ତାଇପେଇର ଲି ଚିଆ-ହାଓଙ୍କୁ, ରଜାଓ୍ବତ୍ ଚୀନା ତାଇକେଇର ଚୋଓ ତିଏନ୍-ଚେନ୍ ଓ ଜର୍ଜ ଡେନ୍ମାର୍କ ଶଟ୍ଲର୍ ରାସ୍ମସ୍ ଗେମ୍କେଙ୍କୁ ଭେଟିବେ ।
ମହିଳା ଡବଲ୍ସରେ ଭାରତର ତ୍ରିଷା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଯୋଡ଼ି ପ୍ର-କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ନିଜ ଦେଶର ପ୍ରିୟା କୋଜେଙ୍ଗ୍ବାମ୍ ଓ ଶ୍ରୁତି ମିଶ୍ରଙ୍କୁ ୨୧-୧୦, ୨୧-୧୨ରେ ହରାଇ ଦେଇଥିଲେ । ଏହି ଭାରତୀୟ ଯୋଡ଼ି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆର ସେତ୍ୟାନା ମାପାସା ଏବଂ ଆଞ୍ଜେଲା ୟୁ’ଙ୍କ ଯୋଡ଼ିକୁ ଭେଟିବ । ତେବେ ତନିଷା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପାଙ୍କ ବିଶ୍ୱ ନଂ ୨୦ ଭାରତୀୟ ଯୋଡ଼ି ଜାପାନୀ ଯୋଡ଼ି ରୁଇ ହିରୋକାମି ଓ ୟୁନା କାତୋଙ୍କ ଠାରୁ ୧୭-୨୧, ୧୬-୨୧ରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡ଼ିଛନ୍ତି ।
[ad_2]