ଖେଳ

ଭାରତରେ ଇନିଂସ ବିଜୟ – Ibnodisha

[ad_1]

ଧର୍ମଶାଳା : ଭାରତ-ଇଂଲଣ୍ଡ ମଧ୍ଯରେ ଧର୍ମଶାଳାରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚକୁ ପ୍ରଥମ ଇନିଂସ ଏବଂ ୬୪ ରନରେ ଜିତିଛି ଭାରତ । ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସରେ ୨୧୮ ରନ୍ କରି ଅଲଆଉଟ୍ ହୋଇଥିଲା। ଆଉ ଭାରତ ଏହାର ଜବାବରେ ୪୭୭ ରନ୍ କରି ୨୫୫ ରନରେ ଆଗୁଆ ଥିଲା। ଭାରତ ଅଲଆଉଟ ହେବା ପରେ ଇଂଲଣ୍ଡ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା । କିନ୍ତୁ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ମାତ୍ର ୨୧୮ ରନ୍ କରି ଅଲଆଉଟ ହେବା ପରେ ଭାରତ ପ୍ରଥମ ଇନିଂସ ଏବଂ ୬୪ ରନରେ ବିଜୟ ଲାଭ କରିଛି । ଏହାସହିତ ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତିନେଇଛି ଭାରତ। ଇଂଲଣ୍ଡର ଦ୍ଵିତୀୟ ଇନିଂସରେ ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ବିନୀ କମାଲ କରିଛନ୍ତି । ଅଶ୍ବିନୀ ୫ଟି ଓକେଟ ହାସଲ କରିଥିବା ବେଳେ ବୁମରା ୨ଟି, କୁଲଦୀପ ୨ଟି ଏବଂ ରବିନ୍ଦ୍ର ଜାଡେଜା ୧ଟି ଓକେଟ ନେଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ଜିତି ୧୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଐତିହାସିକ ରେକର୍ଡ ହାସଲ କରିଛି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button