ଖେଳ

ତଥାକଥିତ ପ୍ରେମିକ ଗିଲ୍‌ଙ୍କ ଚୌକା ମାରିବା ଦେଖି ଆନନ୍ଦରେ ତାଳି ବଜାଇଲେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା – Ibnodisha

[ad_1]

ପୁଣେ : ଡେଙ୍ଗୁକୁ ପରାସ୍ତ କରିବା ପରେ ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ ପୁଣି ପଡ଼ିଆକୁ ଫେରିଛନ୍ତି। ବିଶ୍ୱକପ୍-୨୦୨୩ରେ ଗିଲ୍ ଭାରତର ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରିନଥିଲେ। ସେ ପାକିସ୍ତାନ ବିପକ୍ଷରେ ସେ ବେଶ୍‌ ଭଲ ଖେଳି ଆସୁଥିବା ବେଳେ ଆଉଟ୍‌ ହୋଇଯାଇଥିଲେ। ହେଲେ ଗିଲ୍‌ ଗତକାଲି ବାଂଲାଦେଶ ବିପକ୍ଷରେ ଖେଳିଥିବା ମ୍ୟାଚ୍‌‌ରେ ଚମତ୍କାର ବ୍ୟାଟିଂ କରିଥିଲେ। ଏହି ମ୍ୟାଚ୍ ଦେଖିବା ପାଇଁ ପୁଣେର ଏମସିଏ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଜଣାଶୁଣା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର। ମ୍ୟାଚ୍ ସମୟରେ ସାରା ତେନ୍ଦୁଲକର ଶୁବମନ ଗିଲଙ୍କ ପ୍ରଦର୍ଶନରେ ବେଶ୍‌ ଆନନ୍ଦିତ ନଜର ଆସିଥିଲେ। ଯେତେବେଳେ ଇନିଂସ ଆରମ୍ଭରେ ଶୁଭମାନ ଗିଲ ଚୌକା ମାରିଥିଲେ, ସାରା ଆନନ୍ଦରେ ଡେଇଁପଡିଥିଲେ।ଏହା ପରେ ଗିଲ୍ ତାଙ୍କର ପଚାଶ ବର୍ଷ ପୂରଣ କରିବା ବେଳେ ବି ସାରାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିଥିଲ। ସେତେବେଳେ ବି ସେ ବେଶ୍‌ ଆନନ୍ଦିତ ହୋଇଥିଲେ। ଏହି ମ୍ୟାଚରେ ଶୁବମନ ଗିଲ ୫ଟି ଚୌକା, ୨ଟି ଛକ‌ା ମାରି ୫୫ ବଲରେ ୫୩ ରନ କରିବାରେ ସମର୍ଥ ହୋଇଥିଲେ। ବାଂଲାଦେଶ ଭାରତ ପାଇଁ ୨୫୭ ରନର ଟାର୍ଗେଟ ଦେଇଥିଲା। ଏହି ମ୍ୟାଚରେ ରୋହିତ ଶର୍ମା ଏବଂ ଶୁବମନ ଗିଲ ଟିମ୍ ଇଣ୍ଡିଆର ଆରମ୍ଭ ଖୁବ୍‌ ଭଲ ଭାବେ କରିଥିଲେ। ଆପଣ ଜାଣିଥିବେ ନିଶ୍ଚୟ ‌ଯେ ପୂର୍ବରୁ ଶୁବମନ ଗିଲ୍‌ ଓ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପରସ୍ପରଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଥିଲା। ଏବେ ଗିଲ୍‌ଙ୍କ ସଫଳତାରେ ସାରାଙ୍କ ଖୁସି ସେହି ଚର୍ଚ୍ଚାକୁ ଆହୁରି ଦୃଢ଼ କରିଛି। ଉଲ୍ଲେଖଯୋଗ୍ୟ, ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇବା ସହ ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି ଭାରତ। ଗୁରୁବାର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍‌ର ବ୍ୟାଟିଂ ଉପଯୋଗୀ ପିଚ୍‌ରେ ଭାରତୀୟ ବୋଲର ମାପଚୁପ ବୋଲିଂ କରି ବାଂଲାଦେଶକୁ ପ୍ରଥମେ ୨୫୬/୮ରେ ଅଟକାଇ ଦେଇଥିଲେ। ଏହାପରେ ବିରାଟ କୋହଲିଙ୍କ ଅପରାଜିତ ଶତକ (୧୦୩*), ଶୁବମନ ଗିଲ୍‌ଙ୍କ ଅର୍ଦ୍ଧଶତକ (୫୩) ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ୪୮ ରନ୍ ବଳରେ ଭାରତ ୪୧.୩ ଓଭରରେ ମାତ୍ର ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ଛକା ମାରି ଶତକ ପୂରଣ କରିଥିବା କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button