ଟି-୨୦ ବିଶ୍ୱକପ୍; ନ୍ୟୁୟର୍କରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍! – Ibnodisha
[ad_1]
ନ୍ୟୁୟର୍କ : ଆସନ୍ତାବର୍ଷ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ନ୍ୟୁୟର୍କ ସିଟିରେ ଖେଳାଯାଇପାରେ । ଏ ସମ୍ପର୍କରେ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଟି-୨୦ ବିଶ୍ୱକପ୍ ଆସନ୍ତାବର୍ଷ ଜୁନ୍ ୪ରୁ ୩୦ ତାରିଖ ପର୍ଯ୍ୟନ୍ତ ୱେଷ୍ଟ୍ଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହେବ । ରିପୋର୍ଟ ଅନୁସାରେ ଏହି ମ୍ୟାଚ୍କୁ ନେଇ ଶୁକ୍ରବାର ଆଇସିସି ଓ ଲୋକାଲ୍ କମିଟି ମଧ୍ୟରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯାଇପାରେ । ସେହିପରି ନ୍ୟୁୟର୍କର ବାହାର ଅଞ୍ଚଳରେ ବିଶ୍ୱକପ୍ ଆୟୋଜନ ନିମନ୍ତେ ୩୪ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏକ ଅସ୍ଥାୟୀ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି । ଟୁର୍ଣ୍ଣାମେଣ୍ଟ୍ ପାଇଁ ଆମେରିକାର ତିନିଟି ସ୍ଥାନ ଚୟନ କରାଯାଇଛି ।
ତେବେ ଭାରତ-ପାକିସ୍ତାନ ମ୍ୟାଚ୍ ନ୍ୟୁୟର୍କରେ ଆୟୋଜନ କରିବାର ମୂଳ କାରଣ ନିକଟରେ ପ୍ରକାଶିତ ଏକ ସର୍ଭେ । ସର୍ଭେ ଅନୁସାରେ ଏଠାରେ ୭ ଲକ୍ଷରୁ ଅଧିକ ଭାରତୀୟ ଏବଂ ପ୍ରାୟ ଏକ ଲକ୍ଷ ପାକିସ୍ତାନୀ ବଂଶୋଦ୍ଭବ ରହୁଛନ୍ତି । ଏପରି ସ୍ଥିତିରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ଏଠାରେ ଭଲ ରେସ୍ପନ୍ସ ମିଳିବ ବୋଲି ଆୟୋଜନ ଆଶା କରୁଛନ୍ତି । ଆମେରିକାରେ ଟି-୨୦ ବିଶ୍ୱକପ୍ ଆୟୋଜନ କରାଇବା ପଛରେ ଆଇସିସିର ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମତଃ ଉତ୍ତର ଆମେରିକାରେ ଦ୍ରୁତ ଭାବେ କ୍ରିକେଟ୍ର ପ୍ରସାର ଘଟୁଥିବାରୁ ଏଠାରେ ସ୍ଥିତି ମଜଭୁତ କରିବା ନିମନ୍ତେ ଆଇସିସି ଏହି ପଦକ୍ଷେପ ନେଇଛି । ଦ୍ୱିତୀୟରେ ୨୦୨୮ ଅଲିମ୍ପିକ୍ସ ଗେମ୍ସରେ କ୍ରିକେଟ୍ର ଅନ୍ତର୍ଭୁକ୍ତି ।
[ad_2]