ଦେଶ

ଜୀବନ ସାଥୀଙ୍କଠୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ – Ibnodisha

[ad_1]

ନୂଆଦିଲ୍ଲୀ: କିଛି ଦିନ ହେଲାଣି ପତ୍ରକାର ତଥା ଏକଟଲିଭିଜନ୍ ଶୋ ପରିଚାଳକ ଥିବା ଇଟାଲୀର ପ୍ରଧାନ ମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ପାର୍ଟନର ଲିଙ୍ଗଗତ ବୈଷମ୍ୟତାକୁ ନେଇ ଦେଇଥିବା ଟିପ୍ପଣୀ କାରଣରୁ ଅନେକ ସମାଲୋଚନାର ଶିକାର ହେବାର ଦେଖିବାକୁ ମିଳିଥିଲା । ଜର୍ଜିଆ ଗତ ଶୁକ୍ରବାର ନିଜ ସାଥୀ ଏଣ୍ଡ୍ରିଆ ଜିୟାମ୍ବବ୍ରୁନୋଙ୍କ ଠାରୁ ସମ୍ପର୍କ ବିଚ୍ଛେଦ କରିଥିବା ନେଇ ସୂଚନା ଦେଇଛନ୍ତି । ଏଣ୍ଡ୍ରିଆ ନିଜ ଯୌନ ସଂପର୍କ ଉପରେ କମେଣ୍ଟ ଦେଇ ବିବାଦର ଘେରକୁ ଆସିଛନ୍ତି ।
ଛାଡପତ୍ରକୁ ନେଇ ଇଟାଲୀ ପ୍ରଧାନମନ୍ତ୍ରୀ ଲେଖିଛନ୍ତି କି “ଗତ ଦଶ ବର୍ଷ ଧରି ଏଣ୍ଡ୍ରିଆ ଜିୟାମ୍ବବ୍ରୁନୋଙ୍କ ସହ ଥିବା ସମ୍ପର୍କ ତୁଟି ଯାଇଛି । ଆମ ରାସ୍ତା ଏବେ ଅଲଗା ଓ ଏହା ସ୍ୱୀକାର କରିବାର ସମୟ ମଧ୍ୟ ଆସି ଯାଇଛି” ବୋଲି ନିଜ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଜର୍ଜିଆ । ଏଣ୍ଡ୍ରିଆ ଜିୟାମ୍ବବ୍ରୁନୋ ମିଡିଆସେଟ୍ ଦ୍ୱାରା ପ୍ରସାରିତ ଏକ ଟେଲିଭିଜନ ଶୋ ଉପସ୍ଥାପନା କରନ୍ତି ଏବଂ ଜର୍ଜିଆ ଓ ଏଣ୍ଡ୍ରିଆଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହଛି । ଚଳିତ ସପ୍ତାହର ପ୍ରଥମ ଦୁଇଦିନ ଭିତରେ ମିଡିଆସେଟର ଅନ୍ୟ ଏକ ଶୋ ଜିୟାମ୍ବବ୍ରୁନୋଙ୍କର ପ୍ରୋଗ୍ରାମର କିଛି କ୍ୟମେରା ପଛର ଦୃଶ୍ୟ ପ୍ରସାରଣ କରିଛି । ସେଥିରେ ଜିୟାମ୍ବବ୍ରୁନୋ କିଛି ଅଭଦ୍ର ଭାଷାର ପ୍ରୟୋଗ କରୁଥିବାର ଦେଖିବାକୁ ମିଳିଛି । ପ୍ରସାରିତ ଦୃଶ୍ୟରେ ଜିୟାମ୍ବବ୍ରୁନୋ ନିଜ ମହିଳା ସହକର୍ମୀଙ୍କୁ କହୁଛନ୍ତି କି “ମୁଁ ତୁମକୁ ପ୍ରଥମେ କାହିଁକି ଭେଟି ନଥିଲି?” ତେବେ ଗୁରୁବାର ଦିନ ଅନ୍ୟ ଏକ ରେକର୍ଡିଂ ପ୍ରସାରିତ ହୋଇଛି । ଏଥିରେ ଜିୟାମ୍ବବ୍ରୁନୋ ମହିଳା ସହକର୍ମୀ ମାନଙ୍କ ସହ ନିଜ ପରକୀୟା ପ୍ରୀତି ସ୍ପଷ୍ଟ ଭାବେ ବଖାଣୁଥିବାର ଶୁଣିବାକୁ ମିଳିଛି ଏହା ସହ ଯଦି ସେ ମହିଳା ସହକର୍ମୀ ମାନେ ତାଙ୍କ ସହ ଗୃପ୍ ସେକ୍ସ ପାଇଁ ରାଜି ହେବେ ତାହେଲେ ଜିୟାମ୍ବବ୍ରୁନୋ ସେମାନଙ୍କୁ କାମ ଦେବେ ବୋଲି ମଧ୍ୟ ପ୍ରବର୍ତାଉଛନ୍ତି ।
ଜିୟାମ୍ବବ୍ରୁନୋ ଏପରି ବିବାଦରେ ଫସିବା ଘଟଣା ପ୍ରଥମ ନୁହେଁ । ଏକ ଗଣଧର୍ଷଣକୁ ନେଇ ପୁର୍ବରୁ ପୀଡ଼ିତା ହିଁ ଦାୟୀ ବୋଲି ବିବାଦୀୟ ମନ୍ତବ୍ୟ ଦେଇ ଖୁବ୍ ସମାଲୋଚନାର ଶିକାର ହୋଇଥିଲେ ଜିୟାମ୍ବବ୍ରୁନୋ । ତେବେ ଜିୟାମ୍ବବ୍ରୁନୋଙ୍କ ଏପରି ମନ୍ତବ୍ୟକୁ ନେଇ ମେଲୋନୀ ତାଙ୍କୁ ନିଜ ସାଥୀଙ୍କ ମତ ଆଧାରରେ ବିଶ୍ଳେଷଣ କରିବା ଅନୁଚିତ୍ ଓ ଭବିଷ୍ୟତରେ ନିଜ ସାଥୀଙ୍କର ବ୍ୟବହାରକୁ ନେଇ ସେ କୌଣସି ମତ ରଖିବାକୁ ଚାହାଁନ୍ତି ନାହିଁ ବୋଲି ଜଣାଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button