ମୁକ୍ତା : ମିଶନ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘ ସମୂହଙ୍କ ନିମନ୍ତେ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ – Ibnodisha
[ad_1]
କ୍ଲଷ୍ଟର ଅନୁଯାୟୀ ମାଷ୍ଟର ଟ୍ରେନରମାନଙ୍କର ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ।
ଭୁବନେଶ୍ୱର, : ମୁକ୍ତା – ୫ ଟି ସୁଶାସନ ଅନ୍ତର୍ଗତ ୧୧୫ଟି ପୌରସଂସ୍ଥା ରେ ସହରାଞ୍ଚଳ ମଜୁରୀଭିତ୍ତିକ ନିୟୋଜନ ଯୋଜନା ବ୍ୟାପକ ଭାବରେ କାର୍ଯ୍ୟକାରୀ ହେଉଅଛି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର ଅର୍ବାନ ମ୍ୟାନେଜମେଣ୍ଟ୍ ସେଣ୍ଟର ର ସହଭାଗିତାରେ ରାଜ୍ୟର ୧୧୫ ଟି ପୌରସଂସ୍ଥା ରେ ମୁକ୍ତା ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ପାଇଁ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ସମୂହର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଅଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଙ୍କ ଦ୍ଵାରା କୋଭିଡ-୧୯ ମହାମାରୀ ସମୟରେ ସହରାଞ୍ଚଳ ଗରିବ ଶ୍ରେଣୀର ଲୋକ ଏବଂ ପ୍ରବାସୀ ଶ୍ରମିକ ମାନଙ୍କର ଦୁର୍ବଳ ଅର୍ଥନୈତିକ ପରିସ୍ଥିତିକୁ ସୁଦୃଢ କରିବା ନିମନ୍ତେ ୧୮ ଏପ୍ରିଲ ୨୦୨୦ ରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନାର ଶୁଭାରମ୍ଭ କରିଥିଲେ । ଓଡିଶା ସରକାରଙ୍କର ମୁକ୍ତା ଯୋଜନା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହାକି ଗୋଷ୍ଠୀ ଦ୍ଵାରା ପରିଚାଳିତ ଏବଂ ନିମ୍ନ ରୁ ଉର୍ଦ୍ଧ୍ଵଗାମୀ କାର୍ଯ୍ୟକାରିତା ପଦ୍ଧତି ପାଇଁ ପ୍ରଭାବଶାଳୀ ସହରାଞ୍ଚଳ ଜୀବିକା ପଦକ୍ଷେପ ଭାବେ ଉଭା ହୋଇପାରିଛି ।
ଓଡିଶା ସରକାର ମୁକ୍ତା ଯୋଜନାରେ ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ସମୂହର ନିୟୋଜନ କୁ ପ୍ରାଧାନ୍ୟତା ଦେଇଆସିଛନ୍ତି । ରାଜ୍ୟର ୧୧୫ ଟି ପୌରସଂସ୍ଥାର ୨୦୫୫ ୱାର୍ଡରେ ୱାର୍ଡ ଅନୁଯାୟୀ ପ୍ରକଳ୍ପ ଗୁଡିକ ଚିହ୍ନଟିକରଣ କରି ସ୍ୱଳ୍ପ ବ୍ୟୟରେ ସ୍ଥାୟୀ ଜଳବାୟୁ ଅନୁକୂଳ ଗୋଷ୍ଠୀ ଭିତ୍ତିକ ପ୍ରକଳ୍ପ ସମୂହ କାର୍ଯ୍ୟକାରୀ କରିବାକୁ ମିଶନ ଶକ୍ତି ଗୋଷ୍ଠୀ ସମୂହକୁ ସଶକ୍ତିକରଣ କରାଯାଇଅଛି ।
ଗତ ୩ ବର୍ଷ ମଧ୍ୟରେ ୭୫୬ କୋଟି ଟଙ୍କା ବ୍ୟୟରେ ପାଖାପାଖି ୫୨,୫୦୦ ପ୍ରକଳ୍ପ ନିର୍ମାଣ କରାଯାଇଅଛି । ଏଥିରେ ପାଖାପାଖି ୬ ଲକ୍ଷ ସହରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକ ମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇ ୬୨ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇଅଛି । ସେମାନଙ୍କୁ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ମହିଳା ହିତାଧିକାରୀ । ଏହି ଯୋଜନା ଅଧୀନରେ ପ୍ରାୟ ୨୬୦ କୋଟି ଟଙ୍କାର ଦେୟ ମଜୁରୀ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଅଛି । ପ୍ରାୟ ୧୮୫୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ / ବସ୍ତି ବାସିନ୍ଦା ସଂଘ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ସଂପାଦାନ ନିମନ୍ତେ ଗୋଷ୍ଠୀ ସହଭାଗୀ ହିସାବରେ କାର୍ଯ୍ୟ କରି ତଦାରଖ ଦେୟ ବାବଦକୁ ପାଖାପାଖି ୨୬ କୋଟି ଟଙ୍କା ଗ୍ରହଣ କରିଛନ୍ତି ।
ରାଜ୍ୟର ୧୧୫ ପୋରସଂସ୍ଥାର ସମସ୍ତ ୩୬୦ ଜଣ ମୁକ୍ତା ପ୍ରଫେସନାଲ୍ ଏବଂ ୬୫ ଡୁଡା ଏକ୍ସପର୍ଟ ମାନଙ୍କୁ ମାଷ୍ଟର ଟ୍ରେନର ଭାବେ ଚିହ୍ନଟ କରାଯାଇଛି | ଏହି ମାଷ୍ଟର ଟ୍ରେନର ମାନେ ୧୧୫ ଟି ପୌରସଂସ୍ଥା ର ପ୍ରାୟ ୧୦୦୦୦ ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଦା ସଂଘ ସମୂହକୁ ମୁକ୍ତା ଅଧୀନରେ ବିଭିନ୍ନ ପ୍ରକଳ୍ପକୁ ଦକ୍ଷତାର ସହ କାର୍ଯ୍ୟକାରୀ କରିବାକୁ ଆଗାମୀ ଦିନରେ ତାଲିମ୍ ପ୍ରଦାନ କରିବେ ।
୧୧୫ ଟି ପୌରସଂସ୍ଥାର ୨୦୫୫ ଟି ୱାର୍ଡ ରେ ପ୍ରତି ବ୍ୟାଚ୍ ପିଛା ୪୦ ରୁ ୫୦ ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଧା ସଂଘ ସଦସ୍ୟ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ । ଦକ୍ଷତା ବିକାଶ କାର୍ଯ୍ୟକ୍ରମ ର ସୁଗମ କାର୍ଯ୍ୟକାରିତା ନିମନ୍ତେ ରାଜ୍ୟର ୧୧୫ଟି ପୌରସଂସ୍ଥା କୁ ୧୨ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ କ୍ଲଷ୍ଟର ର ୧୮ଟି ପୌରସଂସ୍ଥାକୁ ଅନ୍ତର୍ଭୁକ୍ତ କରି ଆଜି ମାଷ୍ଟର ଟ୍ରେନର ମାନଙ୍କର ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଓଡିଶା ଅର୍ବାନ ଏକାଡେମୀ, ଭୁବନେଶ୍ଵର ରେ ଆୟୋଜିତ ଏହି ତାଲିମ୍ କାର୍ଯ୍ୟକ୍ରମ ରେ ସମୁଦାୟ ୬୦ ଜଣ ମୁକ୍ତା ପ୍ରଫେସନାଲ୍ ଏବଂ ଡୁଡା ଏକ୍ସପର୍ଟ ଅଂଶଗ୍ରହଣ କରିଥିଲେ । ଶ୍ରୀ ସାରଦା ପ୍ରସାଦ ପଣ୍ଡା, ଯୁଗ୍ମ ଶାସନ ସଚିବ-କମ୍-ନୋଡାଲ ଅଫିସର, ମୁକ୍ତା ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ମୁକ୍ତା ଯୋଜନାର ଏକ ସମୀକ୍ଷା ପ୍ରଦାନ କରିବା ସହ ମୁକ୍ତାର ସଫଳ କାର୍ଯ୍ୟକାରିତା ପାଇଁ ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଦା ସଂଘ ସମୂହକୁ କୁ ତାଲିମ୍ ପ୍ରଦାନ ପାଇଁ ମୁକ୍ତା ଟିମ୍ ର ଭୂମିକା ଉପରେ ଆଲୋକପାତ କରିଥିଲେ |
ତାଲିମ୍ କାର୍ଯ୍ୟକ୍ରମ ର ଶେଷ ଭାଗରେ ଶ୍ରୀ ସଂଗ୍ରାମଜିତ୍ ନାୟକ, ନିର୍ଦ୍ଦେଶକ, ପୌର ପ୍ରଶାସନ ତାଲିମ୍ ଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନେ ପାଇଥିବା ଜ୍ଞାନକୁ ସହରାଞ୍ଚଳ ଗରିବ ଙ୍କ ବୃହତ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଥିଲେ । ପିଡି-ଡୁଡା, ଗଞ୍ଜାମ, ସମସ୍ତ ଡେପୁଟି କମିଶନର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
[ad_2]