ରାଜ୍ୟ

ପୁଣି ବଢ଼ିଲା ସୁନାଦର , ୬୫ ହଜାର ଟପିଲା – Ibnodisha

[ad_1]

ଭୁବନେଶ୍ୱର : ପୁଣି ବୃଦ୍ଧି ହେଲା ସୁନାଦର। ଦିନକୁ ଦିନ ଉପରମୁହାଁ ହେଉଛି ସୁନାଦର । ଏକ ସପ୍ତାହ ମଧ୍ୟରେ ସୁନା ଦର ୩ ହଜାର ଟଙ୍କା ମହଙ୍ଗା ହେଲାଣି। ଫଳରେ ସାଧାରଣ ଲୋକେ ଏବେ ସୁନାକୁ କିଣିବା ତ ଦୂରର କଥା ଛୁଇଁବାକୁ ମଧ୍ୟ ଭୟ କରିଲେଣି। ଖାଣ୍ଟି ସୁନା ୧୦ ଗ୍ରାମକୁ ୬୫ ହଜାର ୩୫୦ ଟଙ୍କାକୁ ଛୁଇଁ ଥିବାବେଳେ ୨୨ କ୍ୟାରେଟ୍ ସୁନା ଦାମ ବି ୬୦ ହଜାର ଡେଇଁଲାଣି। ସପ୍ତାହକ ତଳେ ଅର୍ଥାତ୍ ଫେବ୍ରୁଆରୀ ୨୯ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୫୭ ହଜାର ୬୦୦ଟଙ୍କାରେ ବିକ୍ରି ହେଉଥିଲା। ଆଜି ୬୦ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ। ସେହିପରି ସୁନା ସହ ତାଳ ଦେଇ ଆଗେଇ ଚାଲିଛି ରୁପା। ସୁନା ସହିତ ରୁପା ମୂଲ୍ୟରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି। ଏକ କିଲୋଗ୍ରାମ ରୁପା ଦର ୭୪,୨୬୨ ଟଙ୍କାରେ ପହଞ୍ଚିଛି। ଏକ ସପ୍ତାହରେ ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ପ୍ରାୟ ୧୯୮୪ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button