ଅପରାଧ

ବାପା ରାଗରେ ଭୁଲିଗଲେ ହିତାହିତ ଜ୍ଞାନ ; ପିଟି ପିଟି ନେଇଗଲେ ନିଜ ଝିଅର ଜୀବନ – Ibnodisha

[ad_1]

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ସାଲଟୁଆ ଗାଁରେ ଘଟିଛି ଜଘନ୍ୟ କାଣ୍ଡ । ବାପା ପିଟି ପିଟି ନେଇଗଲେ ନିଜ ଝିଅର ଜୀବନ । ମୃତ ନାବାଳିକାଙ୍କ ବୟସ ୧୬ ବର୍ଷ ବୋଲି ଜଣାଯାଇଛି। ସାଲଟୁଆ ଗାଁର ଜଣେ ନାବାଳିକା ନିଖୋଜ ଥିବା ନେଇ ଖବର ପାଇବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଜଣକ ନିଖୋଜ ହେବାର ୩ ଦିନ ପରେ ପୁଲିସ୍‌ ମାଟି ଖୋଳି ମୃତଦେହ ବାହାର କରିଛି। ନାବାଳିକାଙ୍କ ବାପା ଫେରାର ଥିବା ବେଳେ ପୁଲିସ୍‌ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି ସାରିଛ। ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ସୂଚନା ଅନୁଯାୟୀ,ନାବାଳିକା ଝିଅକୁ ଘରେ ନ ପାଇ କ୍ରୋଧିତ ହୋଇଗଲେ ବାପା। ଆଉ ଝିଅ ଫେରିବା ପରେ ହିତାହିତ ଜ୍ଞାନ ହରାଇ ଘଟାଇଲେ ଜଘନ୍ୟ କାଣ୍ଡ। ଘରେ ପିଟି ପିଟି ନେଇଗଲେ ନିଜ ଝିଅର ଜୀବନ । ତେବେ ବହୁ ଖୋଜାଖୋଜି ପରେ ମାଟି ତଳୁ ନାବାଳିକାଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରିଥିଲା ପୁଲିସ୍‌। କିଛି ଦିନ ପୂର୍ବେ ଏହି ଘଟଣା ଘଟିଥିବା ପୁଲିସ୍‌ ଅନୁମାନ କରୁଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟକ୍ତିଜଣକ କ୍ରୋଧିତ ହୋଇ ନିଶାସକ୍ତ ଅବସ୍ଥାରେ ନିଜ ଝିଅକୁ ପିଟି ପିଟି ମାରି ଦେଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହାପରେ କିଛି ଗ୍ରାମବାସୀଙ୍କ ସହାୟତରେ ସେ ମୃତଦେହକୁ ମାଟି ତଳେ ପୋତି ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ୪ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button