ଅପରାଧ

ମା’ ଅଧିକ ମୋବାଇଲ ବ୍ୟବହାର ପାଇଁ ମନା କରିବାରୁ ଜୀବନ ହାରିଲା ପୁଅ – Ibnodisha

[ad_1]

 ଉତ୍ତରପ୍ରଦେଶ : ମା’ ଅଧିକ ମୋବାଇଲ ବ୍ୟବହାର ପାଇଁ ମନା କରିବାରୁ ଜୀବନ ହାରିଲା ପୁଅ। ଉତ୍ତରପ୍ରଦେଶର ବାନ୍ଦାରେ ଘଟିଛି ଏହି ଘଟଣା। ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଜଣକ ପରୀକ୍ଷା ପାଇଁ ପାଠ ନପଢ଼ି ଅଧିକ ସମୟ ଫୋନରେ ବିତାଉଥିବାରୁ ତାଙ୍କ ମା’ ବିରକ୍ତ ହୋଇଥିଲେ। ଏଥିରେ ଅବସାଦଗ୍ରସ୍ତ ହୋଇ ନାବାଳକଜଣକ ଜୀବନ ହାରିଥିବା ଜଣାଯାଇଛି। ମୃତକଙ୍କ ନାମ ଅରୁଣ ଗୁପ୍ତା ବୋଲି ଜଣାପଡ଼ିଛି। ବାନ୍ଦାର ଜଳ ଶକ୍ତି ମନ୍ତ୍ରୀ ରାମକେଶ ନିଶଦଙ୍କ ବ୍ୟକ୍ତିଗତ ପିଆରଓ ତଥା ଡାଲି ବ୍ୟବସାୟୀ ଦିଲୀପ ଗୁପ୍ତାଙ୍କ ପୁଅ ଅରୁଣ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ରବିବାର ଦିନ ୧୨.୩୦ ସମୟରେ ଅରୁଣଙ୍କ ମୃତଦେହ ତାଙ୍କ ଶୋଇବା ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରୀକ୍ଷା ପାଇଁ ପାଠ ପଢ଼ୁନଥିବାରୁ ତାଙ୍କ ମା’ ତାଙ୍କୁ ଗାଳି କରିଥିଲେ । ଏଥିରେ ରାଗିଯାଇ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପରିବାର ଲୋକେ ବାହାରକୁ ଯାଇଥିବା ବେ‌ଳେ ଅରୁଣ ଏଭଳି ପଦକ୍ଷେପ ନେଇଥିଲେ।ଅରୁଣଙ୍କ ବାପା ଦିଲୀପ କହିଛନ୍ତି ଯେ, ଅରୁଣ ଆମର ଏକମାତ୍ର ପୁଅ ଥିଲା। ତା’ର ପରୀକ୍ଷା ଚାଲିଥିଲେ ବି ସେ ସବୁବେଳେ ମୋବାଇଲ ବ୍ୟବହାର କରୁଥିଲା। ରବିବାର ଦିନ ୯ଟାରେ ଅରୁଣ ପାଠ ନପଢ଼ି ଫୋନ ବ୍ୟବହାର କରୁଥିବାରୁ ତା’ର ମା’ ତାଙ୍କୁ ରାଗିଥିଲେ। ଏହାକୁ ସହି ନପାରି ସେ ଆତ୍ମହତ୍ୟା କରିଥିଲେ। ତା’ର ଏହି ନିଷ୍ପତ୍ତି ଏବେ ଆମ ପରିବ‌ାରକୁ ଉଜାଡ଼ି ଦେଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button