ଅପରାଧ

ଟେରର ଫଣ୍ଡିଂର ଭୟ ଦେଖାଇ ମହିଳାଙ୍କ ଠାରୁ ଲୁଟି ନେଲେ ୧ ଲକ୍ଷ ଟଙ୍କା – Ibnodisha

[ad_1]

ମୁମ୍ବାଇ : ସାଇବର କ୍ରାଇମର ଆଉ ଗୋଟିଏ ନୂଆ ଘଟଣା ସାମ୍ନାକୁ ଆସିଛି। ସାଇବର ଠକମାନେ ଏଥର ନୂଆ ଷ୍ଟାଇଲରେ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟି ନେଇଛନ୍ତି ଏକ ଲକ୍ଷ ଟଙ୍କା। ସେମାନେ ନିକଟରେ ମହିଳାଙ୍କୁ ଫୋନ କରିଥିଲେ।ମୁମ୍ବାଇ ଆରଟିଓ ଓ ପୁଲିସ୍‌ର ପରିଚୟ ଦେଇ ମହିଳାଙ୍କୁ ଭୟଭୀତ କରାଇଥିଲେ। ପ୍ରଥମେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ଗାଡ଼ି ମେଗାପୋଲିସ ଠାରେ ହିଟ ଆଣ୍ଡ ରନ ଘଟଣାରେ ଫସିଛି। ଏହାପରେ ପୁଲିସ ନାଁରେ ତାଙ୍କୁ ଫୋନ କରି ତାଙ୍କ ଆକାଉଣ୍ଟ ଟେରର ଫଣ୍ଡିଂ ପାଇଁ ବ୍ୟବହାର କରାଯାଉଥିବା କୁହାଯାଇଥିଲା। ଦୁଇଟି ଯାକ ଘଟଣାରେ ମହିଳାଙ୍କୁ ସାଇବର ଠକମାନେ ଭୟଭୀତ କରାଇଥିଲେ। ଏହାପରେ ତାଙ୍କ ଠାରୁ ୯୭ ହଜାର ଟଙ୍କା ଲୁଟ କରିଥିଲେ।ସାଇବର ଠକମାନେ ମହିଳାଙ୍କ ଠାରୁ ଅଧିକ ଟଙ୍କା ନେବା ପୂର୍ବରୁ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। ମୋନିକା ଚୌହାନ ନାମକ ମହିଳା ଜଣଙ୍କ ମୟନ୍ତା ଟେକ୍‌ ପାର୍କରେ ରୁହନ୍ତି। ସେ ତାଙ୍କ ଅଭିଯୋଗରେ ସାମପିଘେହାଲ୍ଲି ପୁଲିସ୍‌କୁ କହିଛନ୍ତି ଯେ ତାଙ୍କ ଠାରୁ ସାଇବର ଠକମାନେ ଅଗଷ୍ଟ ୨୬ରେ ୯୭ ହଜାର ଟଙ୍କା ଲୁଟ କରି ନେଇଛନ୍ତି।ଅଗଷ୍ଟ ୨୬ ମଧ୍ୟରାତ୍ରରେ ମୋନିକା ଗୋଟିଏ ଅଟୋମେଟେଡ ଫୋନ କଲ ପାଇଥିଲେ। କଲ କରିଥିବା ବ୍ୟକ୍ତି କହିଥିଲେ ଯେ ମୋନିକାଙ୍କ ଗାଡ଼ି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଛି ଓ ତାଙ୍କ ନାଁରେ କୋର୍ଟର ଚାଲାଣ ରହିଛି। ଆରଟିଓଙ୍କ ସହ କଥା ହେବା ପାଇଁ ତାଙ୍କୁ ୧ ନମ୍ବରକୁ ପ୍ରେସ କରିବାକୁ କୁହାଯାଇଥିଲା।ମୋନିକା ୧ ଦବାଇବା ମାତ୍ରେ ତାଙ୍କ କଲ ଆଉ ଜଣେ ବ୍ୟକ୍ତିଙ୍କ ପାଖକୁ ଚାଲି ଯାଇଥିଲେ। ସେହି ବ୍ୟକ୍ତି ଜଣଙ୍କ ନିଜକୁ ମୁମ୍ବାଇ ଅନ୍ତର୍ଗତ ଅନ୍ଧେରୀ ଆଞ୍ଚଳିକ ପରିବହନ ଅଫିସ (ଆରଟିଓ)ର ଅଧିକାରୀ ବୋଲି କହିଥିଲେ।ତଥାକଥିତ ଅଧିକାରୀ ଜଣଙ୍କ ମୋନିକାଙ୍କୁ କହିଥିଲେ ଯେ ତାଙ୍କ ଗାଡ଼ି ଗୋଟିଏ ହିଟ ଆଣ୍ଡ ରନ ଘଟଣାରେ ଫସିଛି। ତେଣୁ ତାଙ୍କୁ ମୁମ୍ବାଇର କୋର୍ଟ ଶୁଣାଣି ବେଳେ ହାଜର ହେବାକୁ ପଡ଼ିବ। ମୋନିକା ତାଙ୍କୁ କହିଥିଲେ ଯେ ସେ ମୁମ୍ବାଇରେ ରୁହନ୍ତି ନାହିଁ। ଏହା ଶୁଣି ବ୍ୟକ୍ତି ଜଣଙ୍କ ତାଙ୍କ ଫୋନ ମୁମ୍ବାଇ ପୁଲିସ୍‌କୁ ଟ୍ରାନ୍ସଫର କରୁଥିବା କହିଥିଲେ।ଏହାକୁ ଉଠାଇଥିବା ନକଲି ପୁଲିସ୍‌ ଅଧିକାରୀଙ୍କୁ ମଧ୍ୟ ମୋନିକା ସବୁ କଥା କହିଥିଲେ। ସେ ବେଙ୍ଗାଲୁରୁରେ ରୁହନ୍ତି, ତାଙ୍କ ପାଖରେ କୌଣସି ଗାଡ଼ି ନାହିଁ କିମ୍ବା ସେ ମୁମ୍ବାଇ ଯାଇ ନଥିବା ଜଣାଇଥିଲେ। ଏହାପରେ ସାଇବର ଠକ ତାଙ୍କୁ ସ୍କାଏପି ଅନ୍‌ କରିବାକୁ କହିଥିଲେ। ଏହାଦ୍ୱାରା ତାଙ୍କ ବିବୃତି ରେକର୍ଡ କରାଯିବ ବୋଲି କୁହାଯାଇଥିଲା। ନିଜକୁ ପୁଲିସ୍‌ ବୋଲି ମୋନିକାଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଠକ ଜଣଙ୍କ ତାଙ୍କ ପାଖକୁ ଗୋଟିଏ ନକଲି ଆଇଡି କାର୍ଡ ମଧ୍ୟ ପଠାଇଥିଲା। ମୋନିକା ଏଥିରେ ବିଶ୍ୱାସ କରି ସ୍କାଏପି ଅନ କରିଥିଲେ ଓ ତାଙ୍କ ବୟାନ ରେକର୍ଡ କରାଇଥିଲେ।ତାଙ୍କ ବୟାନକୁ ମିଛି ମିଛିକା ରେକର୍ଡ କରୁଥିବା ଠକ ଜଣଙ୍କ ବେଶ କୌଶଳକ୍ରମେ ମୋନିକାଙ୍କ ଆଧାର କାର୍ଡ ତଥ୍ୟ ନେଇ ଯାଇଥିଲା। ତାଙ୍କ ନାଁରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଅଛି ଓ ସେଗୁଡ଼ିକ ଟେରର ଫଣ୍ଡିଂ ପାଇଁ ବ୍ୟବହାର ହେଉଛି ବୋଲି କହିଥିଲା। ତେବେ ମୋନିକା ସେମିତି କୌଣସି କାମରେ ସାମିଲ ନଥିବା ସାଇବର ଠକକୁ ବୁଝାଇବାକୁ ଚେଷ୍ଟା କରିଥିଲେ।ଠକ ଜଣଙ୍କ ତାଙ୍କ କଲକୁ ତଥାକଥିତ ଫାଇନାନ୍ସ ବିଭାଗ ଅଧିକାରୀଙ୍କୁ ଟ୍ରାନ୍ସଫର କରିଥିଲା। ଠକ ଫାଇନାନ୍ସ ଅଧିକାରୀ ଜଣଙ୍କ ତଥ୍ୟର ଯାଞ୍ଚ ପାଇଁ ମୋନିକାଙ୍କୁ ଗୋଟିଏ ଆକାଉଣ୍ଟ ନମ୍ବର ଦେଇଥିଲା ଓ ଉକ୍ତ ଆକାଉଣ୍ଟକୁ ୪୮,୩୨୫ ଟଙ୍କା ପଠାଇବାକୁ କୁହାଯାଇଥିଲା।ଯାଞ୍ଚ ପରେ ଟଙ୍କା ଫେରସ୍ତ କରି ଦିଆଯିବ ବୋଲି ମଧ୍ୟ ତାଙ୍କୁ ଠକ ଜଣକ କହିଥିଲା। ଏହାର କିଛି ସମୟ ପରେ ମୋନିକାଙ୍କୁ ଆଉ ଗୋଟିଏ ଆକାଉଣ୍ଟ ନମ୍ବର ଦିଆଯାଇଥିଲା। ଉକ୍ତ ଆକାଉଣ୍ଟରେ ମଧ୍ୟ ସମାନ ପରିମାଣର ଅର୍ଥ ଟ୍ରାନ୍ସଫର କରିବାକୁ କୁହାଯାଇଥିଲା। ମୋନିକା ମଧ୍ୟ ଭୟରେ ଟଙ୍କା ଦେଇଥିଲେ।ଏସବୁ ଭିତରେ ମୋନିକା ତାଙ୍କର ଜଣେ ବନ୍ଧୁଙ୍କୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ। ବନ୍ଧୁ ଜଣଙ୍କ ଏହା ସାଇବର ଠକେଇ ବୋଲି ଜାଣିବା ସହ ଟଙ୍କା ନ ପଠାଇବାକୁ କହିଥିଲେ।ମୋନିକା କହିଛନ୍ତି, ସେ ସତର୍କ ହେବା ପୂର୍ବରୁ ଠକ ମାନଙ୍କୁ ୯୬,୬୫୦ ଟଙ୍କା ପଠାଇ ସାରିଥିଲେ। ଦୁଇ ଥର ଟଙ୍କା ନେବା ପରେ ସେ ତୃତୀୟ ଆକାଉଣ୍ଟକୁ ମଧ୍ୟ ସମାନ ପରିମାଣର ଟଙ୍କା ପଠାଇବାକୁ କହିଥିଲେ। ସେ ମନା କରିବା ସହ ଫୋନ କାଟି ଦେଇଥିଲେ। ପୁଲିସ ଏବେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button