ଅପରାଧ

ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – Ibnodisha

[ad_1]

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଆଜି ସନ୍ଧ୍ୟା ୬ଟାରେ କ୍ଷତବିକ୍ଷତ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଗ୍ରାମର କିଛି ଲୋକ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଠାବ କରିଥିଲେ । ସେମାନେ ଏବାବଦରେ ଗାଁଲୋକଙ୍କୁ ସୂଚନା ଦେଇଥିଲେ । ପରେ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ସମେତ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ପୋଷ୍ଟମର୍ଟମ ପାଇଁ ପଠାଇ ପୁଲିସ ଟିମ୍ ଘଟଣାର ତଦନ୍ତ ଚଳାଇଛନ୍ତି । ହେଲେ ମୃତ ମହିଳାଙ୍କର ପରିଚୟ ଏବେବି ଅସ୍ପଷ୍ଟ ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button