IBN ଓଡ଼ିଶା ବ୍ୟୁରୋ

ସ୍କୁଲରେ ଛାତ୍ରୀ ଉପରେ ଚୋରି ଅଭିଯୋଗ ପରେ ଲଙ୍ଗଳା କରି ସର୍ଚ୍ଚ କଲେ ଦିଦି, ସହି ନପାରି ଜୀବନ ହାରିଦେଲା ଛାତ୍ରୀ, ଜାଣନ୍ତୁ ପୁରା ଘଟଣା

ଶିକ୍ଷୟତ୍ରୀଙ୍କ ଅପମାନ ସହି ନପାରି ଚଉଦ ବର୍ଷୀୟ ଛାତ୍ରୀ ହାରି ଦେଇଛନ୍ତି ଜୀବନ ! ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟ ବାଗଲକୋଟ ସରକାରୀ ବିଦ୍ୟାଳୟରେ । ଚୋରି କରିଥିବା ସନ୍ଦେହ କରି ଛାତ୍ରୀ ଜଣଙ୍କୁ ନିବସ୍ତ୍ର କରି ଯାଞ୍ଚ କରିଥିଲେ ଶିକ୍ଷୟତ୍ରୀ । ଯେଉଁ ଅପମାନକୁ ସହଜରେ ଭୁଲି ପାରି ନ ଥିଲେ ଛାତ୍ରୀ ଜଣଙ୍କ ।
ଶେଷରେ ହାରି ଦେଲେ ନିଜ ଜୀବନ ।

ସୂଚନା ଅନୁସାରେ କର୍ଣ୍ଣାଟକ ରାଜ୍ୟ ବାଗଲକୋଟ ସରକାରୀ ବିଦ୍ୟାଳୟର ସାହିତ୍ୟ ଶିକ୍ଷୟତ୍ରୀ ଜଣଙ୍କ ନିଜର ଦୁଇ ହଜାର ଟଙ୍କା ଚୋରି ଅଭିଯୋଗରେ ସଂପୃକ୍ତ ଛାତ୍ରୀ ଅନ୍ୟ ଚାରି ଜଣ ପିଲାଙ୍କୁ ସନ୍ଦେହରେ ଡାକି ପଚରା ଉଚରା କରିଥିଲେ ।

ଏପରିକି ସେମାନଙ୍କୁ ନିବସ୍ତ୍ର କରି ସେମାନଙ୍କର ତଲାସି ନେଇଥିଲେ । ଏହା ସହିତ ଶୁଣିବାକୁ ମିଳିଛି ଯେ ନିକଟସ୍ଥ ମନ୍ଦିରକୁ ମଧ୍ୟ ନିଆ ଯାଇଥିଲା । ଛାତ୍ରୀ ଜଣଙ୍କ ସହ ଏପରି ଘଟଣା ଘଟିବା ପର ଠାରୁ ସେ ମାନସିକ ସ୍ତରରେ ଆଘାତ ପାଇଥିଲେ । ଯେଉଁଥି ପାଇଁ ସେ ଅନେକ ସମୟରେ ଚୁପ୍ ରହୁଥିଲେ ଓ ନିଜ ଅପମାନର କଥା ଭାବୁଥିଲେ । ଏହି ମାନସିକ ଚାପ ଭିତରେ ରହି ସେ ନିଜର ଜୀବନ ହାରି ବସିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button