ଧରାପଡ଼ିବା ପରେ ଖୋଲିଗଲା ସବୁ ସତ, କେତେଜଣ ସହ ସମ୍ପର୍କ ରଖିଥିଲା ନିହାରୀକା, କାହିଁକି କଲା ହତ୍ୟା ଷଡଯନ୍ତ୍ର, ଜାଣନ୍ତୁ ପୁରା ଖବର

ଭୁବନେଶ୍ୱର ଲକ୍ଷ୍ମିସାଗର ଅଞ୍ଚଳରେ ରକ୍ତର ଛିଟା ! ତ୍ରିକୋଣିଆ ପ୍ରେମ ପାଇଁ ଚାଲି ଯାଇଛି ନିରୀହ ଜୀବନ । ଏହି ହତ୍ୟାକାଣ୍ଡର ସାକ୍ଷୀ ରହିଛି ଅନେକ ଆଖି । ଯେଉଁମାନେ ରାଜରାସ୍ତାରେ ହତ୍ୟା ବିଭତ୍ସ ଶରୀରକୁ ଛଟ୍ ପଟ୍ ହେବାର ଦେଖିଛନ୍ତି । ତେବେ ଜାଣନ୍ତୁ ସଂପୂର୍ଣ୍ଣ ଘଟଣା….. କିଏ ଓ କାହିଁକି ଏହି ଯୁବକଙ୍କୁ ହତ୍ୟା କରିଛନ୍ତି
ନିହାରୀକା ନାମକ ଜଣେ ଯୁବତୀ ଗୌତମ ନାମକ ଜଣେ ଯୁବକଙ୍କୁ ପ୍ରଥମେ ପ୍ରେମ କରୁଥିଲେ । ହେଲେ ସେ ପରେ କାହ୍ନା ନାମକ ଜଣେ ଯୁବକଙ୍କୁ ପ୍ରେମ କରିବା ଆରମ୍ଭ କଲେ । ଗତ ଶନିବାର ଦିନ କାହ୍ନା ଗୌତମ କୁ ଭେଟିବା ପାଇଁ ଡ଼କାଇଥିଲେ । ଗୌତମ ସେ ଦିନ ଏକ କାଟ୍ରିଙ୍ଗ କାମରୁ ଫେରି କାହ୍ନାଙ୍କୁ ନଦୀ କୂଳେ ଦେଖା କରିଥିଲେ ।

ଗୌତମ ନିଜ ସହିତ ଅଞ୍ଜନ ନାମକ ଏକ ଯୁବକଙ୍କୁ ସାଙ୍ଗରେ ଆଣିଥିଲେ । ଏପଟେ କାହ୍ନା ନିଜ ପ୍ରେମିକା ନିହାରିକାଙ୍କ ସହିତ ଅନ୍ୟ ଚାରି ଯୁବକଙ୍କୁ ଆଣି ଆସିଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ କଣ ହେଲା କେଜାଣି କାହ୍ନା ହଠାତ୍ ଖଣ୍ଡା ବାହାର କରି ଗୌତମଙ୍କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ ।
ନିହାରିକା ନିଜ ଭଉଣୀଙ୍କୁ ଗତ ରବିବାର ଦିନ ମେସେଜ କରିଥିଲେ ଯେ ମୁଁ ପିଙ୍କୁ ସହିତ ଭଲରେ ଅଛି । ମୋତେ ଖୋଜିବ ନାହିଁ । ଯେଉଁ ମେସେଜ କୁ ଟ୍ରାକ କରି ପୋଲିସ ନିହାରିକା ଓ କାହ୍ନା ରହିଥିବା ସ୍ଥାନ ସାଲିଆ ସାହି ଠାରେ ପହଞ୍ଚି ଦୁହିଁଙ୍କୁ ଗିରଫ କରିଥିଲେ ।
ସାଲିଆ ସାହିରେ ପିଙ୍କୁର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ ଦୁଇ ଅଭିଯୁକ୍ତ ପିଙ୍କୁ ଆଉ ନିହାରିକା । ପୋଲିସକୁ ଦେଖି ଦୁଇ ଅଭିଯୁକ୍ତ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ଠିକ୍ ସମୟରେ ପୋଲିସ ଘରର ଚାରିପଟୁ ଘେରାଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଶନିବାର ହତ୍ୟା ଘଟଣା ପରେ ପିଙ୍କୁ ନିହାରିକାକୁ ଧରି ଫେରାର ହୋଇଯାଇଥିଲା ।