ଦେଶ

ନୂଆ ଭିଡିଓ ଜାରି କରି ସଚିନକୁ ଏପରି କହିଲେ ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର୍‌ – Ibnodisha

[ad_1]

ନୋଇଡ଼ା: ସୀମା ହାଇଦରଙ୍କୁ ଏବେ ପର୍ଯ୍ୟନ୍ତ ପାକିସ୍ତାନରୁ ଭାରତ ଆସିବାକୁ ଅନେକ ଦିନ ହୋଇଗଲାଣି। ସେ ପ୍ରେମିକ ସଚିନ ମିଣାଙ୍କ ପାଇଁ ନିଜ ଦେଶକୁ ଛାଡ଼ି ଭାରତକୁ ପଳାଇ ଆସିଥିବା ବେଳେ ‌ଆମ ଦେଶର ପ୍ରତ୍ୟେକ ଖୁସିରେ ଏବେ ସେ ଆନନ୍ଦିତ ହେଉଛନ୍ତି। ହେଲେ ସୀମା ପାକିସ୍ତାନ ଛାଡ଼ିବ‌ା ପରଠାରୁ ଆଦୌ ବି ଖୁସିରେ ନାହାନ୍ତି ତାଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦର। ସୀମା ଭାରତ ଆସିବା ପରେ ସେ ଅନେକ ଗୁଲାମ ଅନେକ ଥର ଭିଡିଓ ଜାରି କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ଏବେ ସାଉଦି ଆରବରୁ ସୀମାଙ୍କ ପୂର୍ବ ସ୍ବାମୀ ଗୁଲାମଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି। ସେଥିରେ ସେ ସଚିନଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରୁଛନ୍ତି। ଗୁଲାମ ଭିଡିଓରେ କହୁଥିବାର ଶୁଣିବାକୁ ମିଳୁଛି ଯେ ‘ଯେଉଁ ପିଲାମାନଙ୍କୁ ସଚିନ କୋଳରେ ବସାଇ ଗେହ୍ଲା କରୁଛି, ସେ ଭୁଲିଯାଉଛି ଯେ ସେହି ପିଲାମାନେ ମୋର। ମୁଁ ଭାରତ ଆସିବି ‌ଓ ମୋ ପିଲାମାନଙ୍କୁ ନେଇକି ଫେରିବି। ମୋ ପିଲାଙ୍କୁ ସଚିନ ଭଲପାଉଛି ବୋଲି ଯେତେ‌େ ଦେଖେଇ ହେଲେ ବି ସେ ପିଲା ଶେଷରେ ମୋର। ଯେଉଁ ପିଲାଙ୍କୁ ସଚନ କୋଳରେ ବସାଉଛି ସେହି ପିଲା ବଡ଼ ହୋଇ ମୋ ପାଇଁ ପ୍ରତିଶୋଧ ନେବେ। ମୋ ପିଲାଙ୍କୁ ମୁଁ ଏମିତି ବନାଇବି, ସେ ବଡ଼ ହୋଇ ସଚିନକୁ ଉଚିତ ଶିକ୍ଷା ଦେବେ।’

ପୂର୍ବ ଏକ ଭିଡିଓରେ ଗୁଲାମ ସୀମାଙ୍କୁ ଖୁବ୍‌ ଗାଳି ମଧ୍ୟ ଦେଇଛନ୍ତି। ନିଜର ୪ ଜଣ ପିଲା ଥାଉ ଥାଉ ଯିଏ ପରପୁରୁଷ ସହ ସଂପର୍କ ରଖେ ସେ କେବେ ଭଲ ମାଆ ହୋଇ ପାରେନାହିଁ ବୋଲି ଗୁଲାମ କହିଛନ୍ତି। ସେ ଭାରତ ଆସି ନିଜ ପଲାଙ୍କୁ ନିଶ୍ଚୟ ଫେରାଇ ନେବେ ବୋଲି ନିକଟରେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button