ଦେଶ

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜାରି ହେଲା ଷଷ୍ଠ ସମନ – Ibnodisha

[ad_1]

ନୂଆଦିଲ୍ଲୀ: ବେଆଇନ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍‌ାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଆଉ ଏକ ସମନ ଜାରି କରିଛି। ତାଙ୍କୁ ଗିରଫ କରିବା ପାଇଁ ଏହା ବେଆଇନ ପ୍ରୟାସ ବୋଲି ଦର୍ଶାଇ ଇଡି ପକ୍ଷରୁ ପୂର୍ବରୁ ଜାରି ୫ଟି ସମନକୁ କେଜ୍ରିଓ୍ଵାଲ ପ୍ରତ୍ୟାଖ୍ୟାନ କରିବା ପରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ କେଜ୍ରିଓ୍ଵାଲଙ୍କୁ ଏଥର ଷଷ୍ଠ ସମନ ଜାରି କରାଯାଇଛି। ତାଙ୍କୁ ନିର୍ବାଚନ ପ୍ରଚାରରୁ ରୋକିବା ଉଦ୍ଦେଶ୍ୟରେ ଏହି ସମନ ଜାରି କରା ଯାଇଥିବା ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ କେଜ୍ରିଓ୍ଵାଲଙ୍କ ବିରୋଧରେ ଇଡି ପୂର୍ବରୁ ଜରି କରିଥିବା ସମନକୁ ସେ ପ୍ରତ୍ୟାଖାନ କରିବା ପରେ ଇଡି ଅଦାଲତର ଦ୍ୱାରସ୍ଥ ହେବାପରେ ଫେବ୍ରୁଆରି ୧୭ ତାରିଖରେ ରାଉଜ୍‌ ଆଭେନ୍ୟୁ କୋର୍ଟ କେଜ୍ରିଓ୍ଵାଲଙ୍କୁ ସମନ କରିଥିଲେ। ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ ମୁଖ୍ୟଙ୍କ ସମନ୍‌ ପ୍ରତ୍ୟାଖାନ ପରେ ଇଡି ଫେବ୍ରୁଆରି ୩ ତାରିଖରେ ରାଉଜ୍‌ ଆଭେନ୍ୟୁ କୋର୍ଟରେ ଆପ୍‌ ମୁଖ୍ୟଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଦିବ୍ୟା ମାଲହୋତ୍ରା କହିଛନ୍ତି ଯେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ)ର ଧାରା ୫୦ ଅନୁଯାୟୀ ତଦନ୍ତକାରୀ ଏଜେନ୍‌ସିମାନେ ତଦନ୍ତ ସମୟରେ କୌଣସି ବ୍ୟକ୍ତିଙ୍କୁ ସମନ କରିବାର କ୍ଷମତା ରଖିଛନ୍ତି, ଯାହାଙ୍କ ଉପସ୍ଥିତି ପ୍ରମାଣ ଦେବା କିମ୍ବା ରେକର୍ଡ ଉପସ୍ଥାପନ କରିବା ପାଇଁ ଆବଶ୍ୟକ ବୋଲି ବିବେଚନା କରା ଯାଇପାରେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button